କନ୍ଧମାଳରେ ମାଓବାଦୀ-ପୁଲିସ ଗୁଳି ବିନିମୟ

କନ୍ଧମାଳରେ ମାଓବାଦୀ-ପୁଲିସ ଗୁଳି ବିନିମୟ

କନ୍ଧମାଳରେ ମାଓବାଦୀ-ପୁଲିସ ଗୁଳି ବିନିମୟ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀଙ୍‍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକ୍‍ୁ ପକାଇଥିବା ବେଳେ ପୁଲିସ ମାଓ କ୍ୟାମ୍ପରୁ ୩ଟି ବନ୍ଧୁକ ସମେତ ବିଭିନ୍ନ ସାମଗ୍ରୀ ଠାବ କରିଛି । ବାଲିଗୁଡ଼ା ଥାନା ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲ ଓ ତୁମୁଡ଼ିବନ୍ଧ ଥାନା ବୁଢ଼ାନଈ ଦକ୍ଷିଣ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ବଡ଼ ଧରଣର ହିଂସା ଘଟାଇବାକୁ ଯୋଜନା ଚଳାଇଥିଲେ । ବିଶେଷସୂତ୍ରରୁ ଖବର ପାଇ ପୁଲିସ ବାହିନୀ ଉଭୟ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରିଥିଲା । କମ୍ବିଂ ବେଳେ ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ । ଏହା ପରେ ପୁଲିସ ପକ୍ଷରୁ ପାଲଟା ଗୁଳିମାଡ଼ ହୋଇଥିଲା । କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ । ଏଥିରେ କେହି ପୁଲିସ ଆହତ ହୋଇନାହାନ୍ତି । ହେଲେ ମାଓବାଦୀ ମୃତାହତ ହୋଇଛନ୍ତି କି ନାହିଁ, ତାହା ଏ ଯାଏ ସ୍ପଷ୍ଟ ହୋଇପାରିନି । ପୁଲିସ କ୍ୟାମ୍ପ ଠାବ କରି ସେଠାରୁ ବନ୍ଧୁ ଓ ବହୁ ପରିମାଣର ସାମଗ୍ରୀ ଜବତ କରିଛି । କମ୍ବିଂ ଅପରେସନ ଜାରି ରହିଛି ବୋଲି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ କହିଛନ୍ତି ।