ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ୟାତନା!

ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ୟାତନା!

ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ୟାତନା!
ରାଉରକେଲା: ସାଧାରଣତଃ ନିର୍ୟାତନା ମାମଲା ଆସିଲେ ଲୋକେ ପୁଲିସ ପାଖକୁ ଯାଇଥାନ୍ତି । ତେବେ ଜଣେ ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ୟାତନା ଦିଆଯିବା ଭଳି ଅଭିଯୋଗ ଆସିଛି । ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ଶାରୀରିକ, ମାନସିକ ନିର୍ୟାତନା ସହ ହତ୍ୟା ଉଦ୍ୟମ ଭଳି ସମ୍ପୃକ୍ତ ଆଇଆଇସି ଅଭିଯୋଗ କରିଛନ୍ତି । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ଏନେଇ ରଘୁନାଥପାଲି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରିଛି । ଦଫା ୪୯୮ ଓ ୩୦୭ ଦଫାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।