କମ୍ପୁ୍ୟଟରରେ ହ୍ୱାଟସଆପର ଭଏସ, ଭିଡିଓ କଲ ସୁବିଧା

କମ୍ପୁ୍ୟଟରରେ ହ୍ୱାଟସଆପର ଭଏସ, ଭିଡିଓ କଲ ସୁବିଧା

କମ୍ପୁ୍ୟଟରରେ ହ୍ୱାଟସଆପର ଭଏସ, ଭିଡିଓ କଲ ସୁବିଧା
ନୂଆଦିଲ୍ଲୀ: ହ୍ୱାଟସଆପ ପକ୍ଷରୁ ଡେସ୍କଟପ ଆପରେ ଭଏସ ଓ ଭିଡିଓ କଲ ସୁବିଧା ଆରମ୍ଭ କରାଯାଇଛି । ଫଳରେ ଏବେ ବ୍ୟବହାରକାରୀମାନେ ସେମାନଙ୍କ ଲାପଟପ କିମ୍ବା ଡେସ୍କଟପ ପିସିରେ ଭଏସ ଓ ଭିଡିଓ କଲ ସେବା ପାଇପାରିବେ । ଫେସବୁକ ମାଲିକାନାରେ ପରିଚାଳିତ ହେଉଥିବା ଏହି କମ୍ପାନୀର ଭଏସ ଓ ଭିଡିଓ କଲ ପ୍ଲାଟଫର୍ମ ଏଣ୍ଡ ଟୁ ଏଣ୍ଡ ଏନକି୍ରପ୍ଟେଡ । ଅର୍ଥାତ କଥାବାର୍ତ୍ତା ହେଉଥିବା ବ୍ୟକ୍ତିଙ୍କ ଅନ୍ୟ କେହି, ଏପରିକି କମ୍ପାନୀ ମଧ୍ୟ, କଥାବାର୍ତ୍ତାର ବିଷୟବସ୍ତୁ ଜାଣିପାରିବେ ନାହିଁ । ଏହି ନୂଆ ସେବା ଦ୍ୱାରା ବ୍ୟବହାରକାରୀ କଥାବାର୍ତ୍ତା ହେବାରେ ଉନ୍ନତମାନର ଅଭିଜ୍ଞତା ପାଇପାରିବେ । ଭବିଷ୍ୟତରେ ଏହାକୁ ଗ୍ରୁପ ଭଏସ ଓ ଭିଡିଓ କଲ ସେବା ପାଇଁ ବିସ୍ତାର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତ କିଛି ବର୍ଷ ମଧ୍ୟରେ ହ୍ୱାଟସଆପରେ ଅଧିକରୁ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି । ଏପରିକି ଦୀର୍ଘ ସମୟ ଧରି କଥା ହେଉଛନ୍ତି । ଗତ ନୂଆ ବର୍ଷ ଦିନ ଗୋଟିଏ ଦିନରେ ରେକର୍ଡ ୧୪୦ କୋଟି ଭଏସ ଓ ଭିଡିଓ କଲ ହୋଇଥିଲା । ତେଣୁ ଦୂରଦୂରାନ୍ତରେ ରହିଥିବା ବ୍ୟକ୍ତିମାନେ ଲପଟପ ଓ ଡେସ୍କଟପରେ ସେମାନଙ୍କ ପି୍ରୟଜନଙ୍କ ସହିତ କଥା ହେବା ବେଳେ ଉନ୍ନତ ଅଭିଜ୍ଞତା ପାଇପାରିବେ ।