କରୋନାକୁ ହରାଇଲେ ଲତା

କରୋନାକୁ ହରାଇଲେ ଲତା

କରୋନାକୁ ହରାଇଲେ ଲତା

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଏ ନେଇ ସେ ଚିକିତ୍ସା ହେଉଥିବା ବ୍ରିଚ୍ କାଣ୍ଡି ହସପିଟାଲ ତରଫରୁ ସୂଚନା ଦିଆଯାଇଛି। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଜାନୁଆରୀ ୮ରେ ଲତା କୋଭିଡ୍ ମହାମାରୀରେ ଶିକାର ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ୟ କାମନା କରି ଦେଶବ୍ୟାପି ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରିଥିଲେ। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଚନ୍ତି। ୯୨ ବର୍ଷୀୟ ଲତା ମଙ୍ଗେସକରଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ତାଙ୍କୁ ଆଇସିୟୁରେ ଡାକ୍ତରଙ୍କ କଡା ନୀରିକ୍ଷଣରେ ରଖାଯାଇ ଥିଲା।

ଲତା ହସ୍ପିଟାଲରେ ଆଜି କୁ ୧୫ରୁ ଊର୍ଦ୍ଧ୍ୱ ହେବ ଚିକିତ୍ସାଧୀନ ଅବସ୍ଥା ଅଛନ୍ତି। କରୋନା ଓ ନିମୋନିଆରେ ଆକ୍ରାନ୍ତ ହେବା ପରେ ଲତା ମଙ୍ଗେସକରଙ୍କୁ ଜାନୁଆରି ୮ ତାରିଖରେ ମୁମ୍ବାଇର ବ୍ରିଚ କେଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।