କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୨ ହଜାର ୯୧୨ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୨ ହଜାର ୯୧୨ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୨ ହଜାର ୯୧୨ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୨୯୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୫୬ ହଜାର ୪୯୮ ରହିଥିବା ବେଳେ ୩୩ ହଜାର ୧୫୬ ଜଣ ଚିକିତ୍ସିତ ହେଉଛନ୍ତି । 

ସେହିପରି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୮, କଟକରୁ ୩୮୨, ଦେବଗଡରୁ ୪, ଢେଙ୍କାନାଳରୁ ୪୨, ଗଜପତିରୁ ୧୩, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୭୧, କେଉଁଝରରୁ ୭୦, ଖୋର୍ଦ୍ଧାରୁ ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡରୁ ୧୪୦, ନୂଆପଡାରୁ ୮, ପୁରୀରୁ ୧୬୧, ରାୟଗଡାରୁ ୫୨, ସମ୍ୱଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡରୁ ୭୧, ଷ୍ଟେଟ ପୁଲରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି | ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।