କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪ ହଜାର ୮୫୨ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪ ହଜାର ୮୫୨ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪ ହଜାର ୮୫୨ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୪୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୬୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୮୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୭ ହଜାର ୩୧୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮ ରହିଥିବା ବେଳେ ୬୨ ହଜାର ୫୧୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୭୫ଜଣ, ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୩୮୨ ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, କେଉଁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୪୯ ଜଣ, କୋରାପୁଟରୁ ୮୮ ଜଣ, ମାଲକାନଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ ଜଣ, ସମ୍ୱଲପୁରରୁ ୪୧ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।