କରୋନା ପାଇଁ ୨୩ କୋଟି ଭାରତୀୟ ଗରିବ ହୋଇସାରିଲେଣି

କରୋନା ପାଇଁ ୨୩ କୋଟି ଭାରତୀୟ ଗରିବ ହୋଇସାରିଲେଣି

କରୋନା ପାଇଁ ୨୩ କୋଟି ଭାରତୀୟ ଗରିବ ହୋଇସାରିଲେଣି
ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ଆରମ୍ଭ ହେବାର ବର୍ଷକ ମଧ୍ୟରେ ପ୍ରାୟ ୨୩ କୋଟି ଭାରତୀୟ ଗରିବ ହୋଇସାରିଲେଣି । ଏହି ସମୟରେ ସହରାଞ୍ଚଳ ଦାରିଦ୍ର୍ୟ ହାର ୨୦% ବଢ଼ିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୫% ବୃଦ୍ଧି ପାଇଛି । ଅଜିମ ପ୍ରେମଜି ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ-୧୯ର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଏହା ଦ୍ୱାରା ଯାତାୟତ ପ୍ରଭାବିତ ହେବାରୁ ଲୋକଙ୍କ ଆୟ ହ୍ରାସ ପାଇଛି । ସର୍ବୋପରି ଅର୍ଥନୈତିକମ କାର୍ଯ୍ୟକଳାପ ସଂକୁଚି ହୋଇଛି । ଯାତାୟାତ ୧୦% ହ୍ରାସ ପାଇବା ଯୋଗୁଁ ଆୟ ୭.୫% ସଂକୁଚିତ ହୋଇଛି । ଶ୍ରମ ବଜାର ବାବଦରେ ରିପୋର୍ଟ କହିଛି ଯେ ୨୦୨୦ ଶେଷ ସୁଦ୍ଧା ପ୍ରାୟ ୧.୫ କୋଟି ଶ୍ରମିକ ଜୀବିକା ହରାଇ ବସିଛନ୍ତି । ପାରିବାରିକ ଆୟ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛି । ୨୦୨୦ ଅକ୍ଟୋବରରେ ମୁଣ୍ଡ ପିଛା ହାରାହାରି ମାସିକ ପାରିବାରିକ ଆୟ ୪,୯୭୯ ଟଙ୍କାକୁ ହ୍ରାସ ପାଇଛି । ଯାହା ସେହି ବର୍ଷ ଜାନୁଆରୀରେ ୫,୯୮୯ ଟଙ୍କା ରହିଥିଲା ।