କରୋନା : ଅନ୍ତିମ ସଂସ୍କାର କରିବା ପାଇଁ ୧୫,୦୦୦ ଟଙ୍କା ସହାୟତା ଦେବେ ଆନ୍ଧ୍ର ସରକାର

କରୋନା : ଅନ୍ତିମ ସଂସ୍କାର କରିବା ପାଇଁ ୧୫,୦୦୦ ଟଙ୍କା ସହାୟତା ଦେବେ ଆନ୍ଧ୍ର ସରକାର

କରୋନା : ଅନ୍ତିମ ସଂସ୍କାର କରିବା ପାଇଁ ୧୫,୦୦୦ ଟଙ୍କା ସହାୟତା ଦେବେ ଆନ୍ଧ୍ର ସରକାର
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର କରୋନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତା କରିବା ସକାଶେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଅଧୀନରେ କରୋନା ଯୋଗୁଁ କେହି ପ୍ରାଣ ହରାଇଲେ, ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ରାଜ୍ୟ ସରକାର ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରିବେ । ତା’ସହିତ ସୁସ୍ଥ ହୋଇସାରିଥିବା କରୋନା ରୋଗୀମାନଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ସକାଶେ ମଧ୍ୟ ସରକାର ଏକ ନୂଆ ଯୋଜନା ଲାଗୁ କରିଛନ୍ତି । ଏହାଯୋଗୁଁ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ସରକାର ୫,୦୦୦ ଟଙ୍କା ଯୋଗାଇଦେବେ । ଆନ୍ଧ୍ରରେ ଏବେ ୩୭,୦୦୦ କରୋନା ରୋଗୀ ପ୍ଲାଜମା ଦାନ କରିବାକୁ ଯୋଗ୍ୟ ବୋଲି ସରକାର କହିଛନ୍ତି ।