କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ସୁସ୍ଥ ଶିଶୁ

କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ସୁସ୍ଥ ଶିଶୁ

କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ସୁସ୍ଥ ଶିଶୁ
କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କଠାରୁ ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ବ୍ୟାପିବ କି ନାହିଁ ସେଥିନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏ ଦିଗରେ ଏକ ସକାରାତ୍ମକ ଖବର ମିଳିଛି । ଦିଲ୍ଲୀର ଏମ୍ସଠାରେ କରୋନା ସଂକ୍ରମିତ ଜଣେ ମହିଳା ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଦିଲ୍ଲୀ ସ୍ଥିତ ଏମ୍ସରେ ଜଣେ ଡାକ୍ତରଙ୍କ ପତ୍ନୀ । ଏବେ ତାଙ୍କ ନବଜାତ ଶିଶୁଟି ସୁସ୍ଥ ଅଛି ବୋଲି ଡାକ୍ତରମାନେ କହିଛନ୍ତି । ସମ୍ପୃକ୍ତ ମହିଳା ୯ ମାସର ଗର୍ଭବତୀ ଥିବା ବେଳେ ଗୁରୁବାର ତାଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଶିଶୁଟି କରୋନା ସଂକ୍ରମିତ କି ନୁହେଁ ସେଥିନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଅସ୍ତ୍ରୋପଚାର ଦ୍ୱାରା ଶିଶୁଟି ଜନ୍ମଲାଭ କରିଛି । ଡାକ୍ତରମାନେ ନିରନ୍ତର ତା’ର ସ୍ୱାସ୍ଥ୍ୟ ଓ ତା’ଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି ।