କରୋନା ସଚେତନତା

କରୋନା ସଚେତନତା

କରୋନା ସଚେତନତା
ଚୀନ ରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ କୁ ନେଇ ଚିନ୍ତାରେ ଭାରତ ସରକାର ଓ ରାଜ୍ୟ ସରକାର ସତର୍କତା ହିଁ କରୋନା ଭୁତାଣୁ ସଂକ୍ରମଣ ରୁ ରକ୍ଷା କରିପାରିବ.ଏନେଇ ରାଜ୍ୟ ସରକାର । ଓଡ଼ିଶାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନେବାପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକୁ ଚିଠି କରିଥିଲେ, ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁମୁରିପାଣି ଠାରେ ହାତ ଧୁଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୀମା ପଟେଲଙ୍କ ନେତୃତ୍ୱରେ କ୍ରୀଡ଼ାମନ୍ତ୍ରୀ ଭୂମିସୁତା ଖୁମୁରି ଏବଂ ସଂସ୍କୃତି ମନ୍ତ୍ରୀ ଆଶା ମିର୍ଦ୍ଧା ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ହାତଧୁଆର ବିଭିନ୍ନ ସୋପାନ ଗୁଡ଼ିକ ଭିଡ଼ିଓ ମାଧ୍ୟମରେ ଜଣେଇଥିଲେ । ଭଲ ଭାବେ ହାତ ଧୋଇବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ କୁ ରୋକା ଯାଇପାରିବ ବୋଲି ସେମାନେ ମତପୋଷଣ କରିଥିଲେ । ବିଦ୍ୟାଳୟ ସ୍ତରରେ ବ୍ୟକ୍ତିଗତ ସଚେତନତା:- 1)ଯେଉଁ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ପରିଲକ୍ଷିତ ହେଉଛନ୍ତି ତାଙ୍କ ଠାରୁ ଅନ୍ୟାନ୍ୟ ସୁସ୍ଥ ଛାତ୍ରଛାତ୍ରୀ ସାମାଜିକ ଦୂରତା ବଜାୟ ରଖିବା ଉଚିତ 2)ଅଭିଭାବକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେଉଁ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ଅଛନ୍ତି ଦୟାପୁର୍ବକ ତାଙ୍କୁ ସ୍କୁଲକୁ ଛାଡ଼ନ୍ତୁ ନାହିଁ 3)ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେଉଁମାନଙ୍କ ଠାରେ ଏସବୁ ଲକ୍ଷଣ ଦେଖାଯାଉଛି ସେମାନେ ମଧ୍ୟ ସ୍କୁଲ ଆସିବା ଅନୁଚିତ 4)ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ବିନା ସାବୁନରେ ହାତ ଧୋଇ ଆଖି, ନାକ ଓ ପାଟି ଛୁଇଁବା କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ଅନୁରୋଧ