କରୋନା ସ୍ଥିତିରେ ସୁଧାର ନଆସିଲେ ଭାରତରୁ ଟି-୨୦ ବିଶ୍ୱକପ ୟୁଏଇ ସ୍ଥାନାନ୍ତର ହୋଇପାରେ

କରୋନା ସ୍ଥିତିରେ ସୁଧାର ନଆସିଲେ ଭାରତରୁ ଟି-୨୦ ବିଶ୍ୱକପ ୟୁଏଇ ସ୍ଥାନାନ୍ତର ହୋଇପାରେ

କରୋନା ସ୍ଥିତିରେ ସୁଧାର ନଆସିଲେ ଭାରତରୁ ଟି-୨୦ ବିଶ୍ୱକପ ୟୁଏଇ ସ୍ଥାନାନ୍ତର ହୋଇପାରେ
ନୂଆଦିଲ୍ଲୀ: କରୋନାର ଭୟଙ୍କର ରୂପ ଏବେ ଭାରତରେ ଦେଖାଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ିଚାଲିଛି । ଏଭଳି ସ୍ଥିତିରେ କେବେ ସୁଧାର ଆସିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ତେଣୁ ଚଳିତ ବର୍ଷ ଭାରତ ଆୟୋଜନ କରିବାକୁ ଥିବା ଟି-୨୦ ବିଶ୍ୱକପ ଦେଶରେ ହେବା ନେଇ ଆଶଙ୍କା ଉପୁଜିଛି । ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ନ ହେଲେ ଏହି ବିଶ୍ୱକପ ଭାରତରୁ ୟୁଏଇକୁ ସ୍ଥାନାନ୍ତର ହୋଇପାରେ ବୋଲି ଭାରତୀୟ କି୍ରକେଟ ବୋର୍ଡ (ବିସିସିଆଇ) କହିଛି । ବିଶ୍ୱକପ ଆରମ୍ଭକୁ ଆଉ ୬ ମାସ ରହିଥିଲା ବେଳେ ଭାରତରେ ଶୁକ୍ରବାର ରେକର୍ଡ ସଂଖ୍ୟକ ୩,୮୬,୪୫୨ ନୂଆ କରୋନା ମାମଲା ବାହାରିଛି । ହେଲେ ଭେଷଜ ବିଶେଷଜ୍ଞଙ୍କ ମତରେ ଏହାର ପ୍ରକୃତ ସଂଖ୍ୟା ୫ ରୁ ୧୦ ଗୁଣା ଅଧିକ ହୋଇପାରେ । ଚଳିତ ମାସରେ ଆନ୍ତର୍ଜାତିକ କି୍ରକେଟ ପରିଷଦ (ଆଇସିସି) ଭାରତରେ ଟି-୨୦ ବିଶ୍ୱକପ ଆୟୋଜନ ହେବ ବୋଲି କହିଥିଲା । କିନ୍ତୁ ସ୍ଥିତି ବିଗିଡ଼ିଲେ ବିକଳ୍ପ ଯୋଜନା ମଧ୍ୟ କରାଯିବ ବୋଲି କହିଥିଲା । ତେବେ ବିକଳ୍ପ ଭେନୁ୍ୟ ନେଇ କୌଣସି ସୂଚନା ଦିଆଯାଇନଥିଲା । ମାତ୍ର କରୋନା ସ୍ଥିତି ଯୋଗୁଁ ଭାରତରେ ଟି-୨୦ ବିଶ୍ୱକପ ସମ୍ଭବ ନହେଲେ ୟୁଏଇ ହିଁ ଶ୍ରେଷ୍ଠ ବିକଳ୍ପ ସ୍ଥାନ ବୋଲି ବିସିସିଆଇ ମହାପ୍ରବନ୍ଧକ ଧରାଜ ମାଲହୋତ୍ରା କହିଛନ୍ତି । ଆମେ ସେଠାକୁ ବିଶ୍ୱକପ ନେଇଯିବୁ । ହେଲେ ବିସିସିଆଇ ଏ ନେଇ ଖୁବ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ମାଲହୋତ୍ରା କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କରୋନା ମହାମାରୀ ମଧ୍ୟ ଗତ ବର୍ଷ ଆଇପିଏଲକୁ ଭାରତରେ କରାଇ ଦେଇନଥିଲା । ଯାହା ଫଳରେ ବିସିସିଆଇ ଆଇପିଏଲକୁ ୟୁଏଇରେ ସଫଳତାର ସହ ଆୟୋଜିତ କରିଥିଲା ।