କୁନିନ୍ଦାରେ ମଙ୍ଗଳେଶ୍ୱର ମନ୍ଦିର ପ୍ରତିଷ୍ଠା
କୁନିନ୍ଦାରେ ମଙ୍ଗଳେଶ୍ୱର ମନ୍ଦିର ପ୍ରତିଷ୍ଠା
admin
Feb 12, 2020 - 12:20
Updated: Feb 12, 2020 - 12:20
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁନିନ୍ଦା ଗ୍ରାମରେ ମଙ୍ଗଳେଶ୍ୱର ମନ୍ଦିର ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅଙ୍କୁରାରୋପଣ କରାଯାଇଥିଲା । ବୁଧବାର ବିଧି ମୁତାବକ ପୂଜା ଚର୍ଚ୍ଚା କରାଯିବା ପରେ ଧନେଇ ନାଳରୁ ଶତାଧିକ ମହିଳା ଶୁଭ କଳସକୁ ସ୍ଥାପନ କରିଥିଲେ । ମହିଳାମାନେ ଶୁଭ କଳସକୁ ଧରି ଗ୍ରାମପରିକ୍ରମା କରିଥିଲେ । ଗୋପାଳ ଲଉଡି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମଙ୍ଗେଳେଶ୍ୱର ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଚକ୍ରଧର ସାହୁ, ଉଲ୍ଲାସ ଚନ୍ଦ୍ର ଦାସ, ଅଭୟ କୁମାର ସାହୁଙ୍କ ସମେତ କୁନିନ୍ଦା ଗ୍ରାମବାସୀ ସହେଯାଗ କରିଥିଲେ । ମନ୍ଦିର ପ୍ରତିଷ୍ଠା ସ୍ଥାନରେ ଜନସମାଗମକୁ ଆଖି ଆଗରେ ରଖି ୧୦/୧୨ଟି ଉଠାଦୋକାନ ନିଜର ପସରା ମେଳାଇଥିବା ଦେଖାଯାଇଛି । ପାନୀୟ ଜଳ, ସ୍ୱଚ୍ଚତା, କୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଗ୍ରାମରେ ସମସ୍ତଙ୍କ ଘରେ ରୋଷେଇ ବନ୍ଦ କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧବନିତା ସହେଯାଗ କରିଥିଲେ । ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ତିନିଦିନ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାଯାଇଛି ।