କୃଷକଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ପୋଲିସ ଛାଡିନଥିଲା : କେଜ୍ରିୱାଲ

କୃଷକଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ପୋଲିସ ଛାଡିନଥିଲା : କେଜ୍ରିୱାଲ

କୃଷକଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ପୋଲିସ ଛାଡିନଥିଲା : କେଜ୍ରିୱାଲ
ନୂଆଦିଲ୍ଳୀ : ଗୃହବନ୍ଦୀ ରହିଥିବାକୁ ନେଇ ଆସିଥିବା ଅଭିଯୋଗ ଉପରେ ଶେଷରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ ପକ୍ଷରୁ ଗୃହବନ୍ଦୀ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା । ତେବେ ସ୍ୱୟଂ କେଜ୍ରିୱାଲ ସାମ୍ନାକୁ ଆସି ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି । ସେ ନିଜେ ଚାଷୀ ମାନଙ୍କୁ ଭେଟିବାକୁ ଚାହୁଁଥିଲେ, ତେବେ ପୋଲିସ ତାଙ୍କୁ ଛାଡିନଥିଲା ବୋଲି କେଜ୍ରିୱାଲ କହିଛନ୍ତି । ମୁ ସିଙ୍ଘୁ ସୀମାକୁ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ସାଧାରଣ ବ୍ୟକ୍ତି ଭାବରେ ଯିବାକୁ ଚାହୁଁଥିଲି । ମାତ୍ର କେନ୍ଦ୍ର ସରକାରଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ପୋଲିସ ଯିବାକୁ ଦେଇନଥିଲା । ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଦିଲ୍ଳୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଟ୍ୱିଟ କରି ସୂଚନା ଦେଇଥିଲେ ।