କେରଳରେ ଗୋଷ୍ଠୀ ସଂକ୍ରମଣ

କେରଳରେ ଗୋଷ୍ଠୀ ସଂକ୍ରମଣ

ଥିରୁଅନନ୍ତପୁରମ : କେରଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସୂଚନା ଦେଇଛନ୍ତି । ଯାହା ଏବେ ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ପୂର୍ବରୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ପରେ ଏବେ କେରଳ ସରକାର ତପôର ହୋଇପଡ଼ିଛନ୍ତି । କେରଳର ରାଜଧାନୀ ଥିରୁଅନନ୍ତପୁରମର ଦୁଇଟି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ପୁନ୍ଥୁରା ଓ ପୁଲୁଭିଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ସେଠାକାର ସ୍ଥିତି ଏବେ ସଂଗୀନ ହୋଇପଡ଼ିଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୁନ୍ଥୁରାରେ ୫୦ ଜଣ ଲୋକଙ୍କର ରାଣ୍ଡମ ପରୀକ୍ଷଣ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କର ପଜିଟିଭ ଥିବା ଜଣାପଡ଼ିଛି । ସେହିପରି ପୁଲିଭିଲା ଅଂଚଳରେ ୫୭ ଜଣଙ୍କର ରାଣ୍ଡମ ପରୀକ୍ଷଣ ହୋଇଥିବାବେଳେ ୨୮ ଜଣ ପଜିଟିଭ ବାହାରିଛନ୍ତି । କରୋନା ଭାରତରେ ପାଦ ଥାପିବା ବେଳେ ସଂକ୍ରମଣ କ୍ଷେତ୍ରରେ କେରଳ ୧ ନମ୍ବର ସ୍ଥାନରେ ରହିଥିଲା । କିନ୍ତୁ ପରବର୍ତୀ ସମୟରେ କେରଳରେ ସଂକ୍ରମଣ ଉପରେ ରୋକ ଲାଗିପାରିଥିଲା । କିନ୍ତୁ ଗତକାଲି ରାଜ୍ୟରେ ୭୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ କେରଳ ସରକାରଙ୍କ ନିଦ ହଜି ଯାଇଥିଲା । ଗୋଷ୍ଠୀ ସଂକ୍ରମଣ ଭୟାନକ ସ୍ଥିତି ସୃଷ୍ଟି କରିଥାଏ । କାହାଯୋଗୁଁ କରୋନା ବ୍ୟାପିଛି ତାହା ଜଣାପଡ଼ିନଥାଏ । ଏଭଳି ସ୍ଥତିରେ କରୋନା ତୃତୀୟ ପର୍ଯ୍ୟାୟରେ ପହଁଚିଛି ବୋଲି କୁହାଯାଇଥାଏ । ବିଶେଷଜ୍ଞଙ୍କ ମତରେ ଯଦି ରାଣ୍ଡମ ଟେଷ୍ଟିଂ ବେଳେ ଅଧା ରିପୋର୍ଟ ପଜିଟିଭ ଆସେ ତେବେ ଗୋଷ୍ଠୀ ସଂକ୍ରମଣ ବୋଲି କୁହାଯିବ ।