କୋହଳ ହେବ ସ୍କୁଲ ଫି’

କୋହଳ ହେବ ସ୍କୁଲ ଫି’

କୋହଳ ହେବ ସ୍କୁଲ ଫି’
ଭୁବନେଶ୍ୱର : ଘରୋଇ ସ୍କୁଲ ଫି’ କମିବ ନା ନାହିଁ ତାହାକୁ ନେଇ ଏବେବି ବିତର୍କ ଜାରିରହିଛି । ମାମଲା ହାଇକୋର୍ଟରେ ପହଁଚିଥିଲେ ବି କିଛି ନିଷ୍କର୍ସ ବାହାରି ପାରିନଥିଲା । ତେବେ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ବିଭାଗ ପକ୍ଷରୁ ରିପୋର୍ଟ ଆଧାରରେ ୭ଟି ସ୍ଲାବରେ ଫି’ କୋହଳ କରାଯିବ । ଏତଦବ୍ୟତୀତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ଆଦାୟ କରାନଯାଇ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ୨୦୨୦-୨୧ ଶିକ୍ଷା ବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ କରାଯିବ । ସେହିପରି ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡି୍ର ଫି, ଏକ୍ସର୍ଟନାଲ ଏକଜାମ ଫି, ୟୂନିଫର୍ମ ଫି, କନଭେୟାନ୍ସ ଫି, ରିଆଡ଼ମିଶନ ଫି, ଡେଭଲପମେଂଟ ଫି, ଆନୁଆଲ ଫି’ ଆଦାୟ ନକରିବାକୁ କୁହାଯାଇଛି । ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଗତ ୧୦ରେ ଫି’ ଛାଡ଼ ନେଇ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।