କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଛାଲ ରାକେଟ୍ , ୨ ଗିରଫ

କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଛାଲ ରାକେଟ୍ , ୨ ଗିରଫ

କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଛାଲ ରାକେଟ୍ , ୨ ଗିରଫ
ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲାର ସବୁରବାନ୍ ସିଂ ଓ ସମାନସିଂ ମାଝୀ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗୋଟିଏ କଲର ପତରିଆ ବାଘ ଛାଲ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି । ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ୍ । କେମିକାଲ୍ ପରୀକ୍ଷା ପାଇଁ ଜବତ ବାଘ ଛାଲକୁ ଡେରାଡୁନ୍ ସ୍ଥିତ ଓ୍ୱାଇଲ୍ଡ ଲାଇଫ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ସୁଚନା ମିଳିଛି ।