କ୍ରୀଡ଼ାର ବିକାଶରେ ଯୁବପିଢ଼ିର ବିକାଶ: ମାନସ

କ୍ରୀଡ଼ାର ବିକାଶରେ ଯୁବପିଢ଼ିର ବିକାଶ: ମାନସ

କ୍ରୀଡ଼ାର ବିକାଶରେ ଯୁବପିଢ଼ିର ବିକାଶ: ମାନସ

କଟକ: କଟକ ଜିଲ୍ଲା ଗୋପାଳପୁରରେ ଅନୁଷ୍ଠିତ ହୋଇଯାଇଛି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଜୟ ତାରିଣୀ ଫୁଟବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚିତାକର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଂଜନ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ଚୌଧୁରୀ କହିଲେ, କ୍ରୀଡ଼ାର ବିକାଶରେ ହିଁ ଯୁବପିଢ଼ିର ବିକାଶ । ବର୍ତ୍ତମାନ ସବୁଠି ନିର୍ବାଚନକୁ ନେଇ ଯୁବପିଢ଼ି ବିଭିନ୍ନ ଗୋଷ୍ଠୀର ଭାଗ ହୋଇଥିବାବେଳେ ଏକମାତ୍ର କ୍ରୀଡ଼ା ହିଁ ସଭିଙ୍କୁ ଏକାଠି କରିପାରେ । ଏ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେ ଯୋଗ ଦେଇଥିବା  ଖେଳାଳି ଓ ଉପସ୍ଥିତ ଦର୍ଶକଙ୍କର କୌଣସି ଦଳ ନାହିଁ । ସେମାନେ ସମସ୍ତଙ୍କର ଗୋଟିଏ ପରିଚୟ- ସଭିଏଁ କ୍ରୀଡ଼ା ପ୍ରେମୀ । ତେଣୁ କ୍ରୀଡ଼ା ହିଁ ସଭିଙ୍କୁ ଏକତା ସୂତ୍ରରେ ବାନ୍ଧିପାରେ । କ୍ରୀଡ଼ା ପାଇଁ ଭିତ୍ତିଭୂମିର ଆହୁରି ବିକାଶ ଦରକାର । କ୍ରୀଡ଼ାକୁ କ୍ୟାରିୟର କରି ଯୁବକଯୁବତୀମାନେ ଆଗକୁ ବଢ଼ିପାରିବେ । ଗାଁ ଗହଳିରେ ଅନେକ ପ୍ରତିଭା ରହିଛି । ସେମାନେ ଏଭଳି ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସୁଯୋଗ ପାଇଲେ ନିଶ୍ଚିତ ଭାବେ ସେମାନଙ୍କ ପ୍ରତିଭାର ବିକାଶ ହେବ । ଗାଁରେ ଥିବା ପ୍ରତିଭାଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳିଲେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଆମ ଅଞ୍ଚଳରେ ବି ସୃଷ୍ଟି ହୋଇପାରିବେ । କ୍ରୀଡ଼ାର ବିକାଶ ପାଇଁ ଏହି କ୍ଲବ ଯେଉଁ ଉଦ୍ୟମ ଚଳାଇଛି, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ଆଗାମୀଦିନରେ ଏଭଳି ଉଦ୍ୟମ ଜାରି ରହୁ । ଏ ଅନୁଷ୍ଠାନ ଆହୁରି ଉନ୍ନତି କରୁ ବୋଲି ମୁଁ କାମନା କରୁଛି । ଏହି ଟୁର୍ଣ୍ଣାମେଣ୍ଟରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳର ବହୁ କ୍ରୀଡ଼ାବିତ, ବରିଷ୍ଠ ନେତୃବୃନ୍ଦ ଓ ସ୍ଥାନୀୟ ବୁଦ୍ଧିଜୀବୀ ସାମିଲ ଥିଲେ । ବିଜେତା ଦଳକୁ ଶ୍ରୀର ଚୌଧୁରୀ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।