ଗଞ୍ଜାମରେ ଆଫି୍ରକା ଫେରନ୍ତାଙ୍କ ପଜିଟିଭ

ଗଞ୍ଜାମରେ ଆଫି୍ରକା ଫେରନ୍ତାଙ୍କ ପଜିଟିଭ

ଗଞ୍ଜାମରେ ଆଫି୍ରକା ଫେରନ୍ତାଙ୍କ ପଜିଟିଭ
ଭୁବନେଶ୍ୱର : ଦକ୍ଷିଣ ଆଫି୍ରକାରୁ ଫେରିଥିବା ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୬ ଦିନ ହେଲାଣି ନେଇ ଚର୍ଚ୍ଚା ଚାଲିଥିଲେ ବି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ନିରଞ୍ଜନ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି । ତେବେ ତାହା ଦକ୍ଷିଣ ଆଫି୍ରକାରେ ଚିହ୍ନଟ ହୋଇଥିବା ବିପଜ୍ଜନକ କୋଭିଡ ଷ୍ଟ୍ରେନ କି ନାହିଁ, ସ୍ପଷ୍ଟ ହୋଇନାହିଁ । ଶ୍ରୀ ମିଶ୍ର କହିଛନ୍ତି ଯେ ଗଞ୍ଜାମର ୪ଟି କେସ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।