ଗହଣା ଦୋକାନର ୩୧ କର୍ମଚାରୀ କରୋନା ସଂକ୍ରମିତ

ଗହଣା ଦୋକାନର ୩୧ କର୍ମଚାରୀ କରୋନା ସଂକ୍ରମିତ

ଗହଣା ଦୋକାନର ୩୧ କର୍ମଚାରୀ କରୋନା ସଂକ୍ରମିତ
ଇନେ୍ଦାର: ମଧ୍ୟପ୍ରଦେଶର ଇନେ୍ଦାର ସ୍ଥିତ ଏକ ପ୍ରମୁଖ ଜୁଏଲାରୀ ସୋରୁମର ୩୧ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିବା ପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । କାରଣ ଦୀପାବଳି ପୂର୍ବରୁ ଉକ୍ତ ସୋରୁମରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତେଣୁ ଶହ ଶହ ଲୋକ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ମନେ କରାଯାଉଛି । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ, ପ୍ରଥମେ ଉକ୍ତ ସୋରୁମର ୨୦ ଜଣ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତା ପରେ ଆଉ ୧୧ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ପ୍ରଶାସନ ଉକ୍ତ ସୋରୁମକୁ କିଛି ଦିନ ଭିତରେ ଯାଇଥିବା ଲୋକଙ୍କ ତାଲିକା ସଂଗ୍ରହ କରି ସେମାନଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଛି । ସେମାନଙ୍କ ଭିତରୁ କାହାଠାରେ କରୋନା ଜନିତ ଲକ୍ଷଣ ପ୍ରକାଶ ପାଇଛି, ତାହା ଜାଣିବାକୁ ଉଦ୍ୟମ କରିଛି ।