ଗୃହରେ ଅମର ଶତପଥୀ ଉଠାଇଲେ ଏମଏସପି ପ୍ରସଙ୍ଗ

ଗୃହରେ ଅମର ଶତପଥୀ ଉଠାଇଲେ ଏମଏସପି ପ୍ରସଙ୍ଗ

ଗୃହରେ ଅମର ଶତପଥୀ ଉଠାଇଲେ ଏମଏସପି ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ଧାନର ଏମଏସପି ପ୍ରସଙ୍ଗ ଉଠିଛି । ବିଧାୟକ ଅମରପ୍ରସାଦ ଶତପଥୀ ଏମଏସପି ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏମଏସପି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଛନ୍ତି ଯେ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରାଯାଇଥିଲା । କ୍ୟାବିନେଟରେ ପାରିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଛି । ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ସରକାରଙ୍କ ମତାମତ ନେବା କଥା । ଜାତୀୟ ହାରକୁ ନେଇ ଏମଏସପି ଧାର୍ଯ୍ୟ ହେଉଛି । ଏହା ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । କେନ୍ଦ୍ର ସରକାର ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ ଦାବି କରିଛନ୍ତି ।