ଚୀନରେ କରୋନା ମୃତୁ୍ୟ ୧୭୦୦, ୭୦ ହଜାର ଆକ୍ରାନ୍ତ, ୧୧ ହଜାର ଗୁରୁତର

ଚୀନରେ କରୋନା ମୃତୁ୍ୟ ୧୭୦୦, ୭୦ ହଜାର ଆକ୍ରାନ୍ତ, ୧୧ ହଜାର ଗୁରୁତର

ବେଜିଂ : ଚୀନରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଚୀନରେ ରବିବାର ସନ୍ଧ୍ୟା ସୁଦ୍ଧା ମୃତୁ୍ୟ ସଂଖ୍ୟା ୧୭ ଶହ ଅତିକ୍ରମ କରିଯାଇଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଭାଇରସ ଆମେରିକା, ୟୁରୋପ ଏବଂ ଆଫ୍ରିକାରେ ମଧ୍ୟ ପହଞ୍ଚି ସାରିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏ ଦିଗରେ ସମସ୍ତ ରାଷ୍ଟ୍ର ଜରୁରୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛି । ଚୀନରେ ୯ ହଜାରରୁ ଅଧିକ ଭାଇରସ ସଂକ୍ରମିତ ଲୋକ ସୁସ୍ଥ ହୋଇସାରିଥିବାରୁ ଏହା ଏକ ବଡ଼ ଆଶ୍ୱାସନା ହୋଇଛି । ଖୁବଶୀଘ୍ର ଏହାର ସଫଳ ମୁକାବିଲା ପାଇଁ ପଦ୍ଧତି ବାହାରି ପାରିବ ବୋଲି ଚୀନ ସରକାର ଆଶା ରଖିଛନ୍ତି । ବ୍ଲଡ ପ୍ଲାଜା ମାଧ୍ୟମରେ ଅନେକ ଆକ୍ରାନ୍ତଙ୍କ ସଫଳ ଚିକିତ୍ସା ହୋଇପାରିଛି । ଚୀନରେ ଭାଇରସ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୧୧ ହଜାର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କ ଜୀବନ ରକ୍ଷା ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।