ଚୀନରେ ‘କରୋନା’ର ସ୍ଥିତି ଭୟଙ୍କର, ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ ଘଟିଥିବା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ।

ଚୀନରେ ‘କରୋନା’ର ସ୍ଥିତି ଭୟଙ୍କର, ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ ଘଟିଥିବା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ।

ଚୀନରେ ‘କରୋନା’ର ସ୍ଥିତି ଭୟଙ୍କର, ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ ଘଟିଥିବା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ।
ଭୟଙ୍କର କରୋନା ଭାଇରସ୍ ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୧୩ ଶହକୁ ଟପିଲାଣି। କେବଳ ଗୋଟିଏ ୨୪ ଦିନରେ୨ ଜଣଙ୍କର ମୃତ ଘଟିଥିବା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ୍ ମେନଲାଣ୍ଡରେ ସବୁଠାରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ୧୩ ଶହ ଜଣଙ୍କ ଭାଇରସରେ ମୃତ୍ୟୁ ହୋଇଥିବା ବେଳେ ଭାଇରସ୍ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ସିପିସି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଆଜି ଭାଇରସ୍ ନିୟନ୍ତ୍ରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ମଧ୍ୟ ଜିନପିଙ୍ଗ୍ ଅଧ୍ୟକ୍ଷତା କରିଥିଲେ। ଭାଇରସ୍ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବଳିଷ୍ଠ ଉଦ୍ୟମ ଜାରି ରହିଛି ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ୟପକ୍ଷେ କରୋନା ଭାଇରସ୍ ଚିକିତ୍ସା ପାଇଁ ପ୍ରତିଷେଧକ ଔଷଧ ଓ ଇଂଜେକସନ୍ ବାହାର କରିବାକୁ ବିଶ୍ବବ୍ୟାପୀ ସମସ୍ତ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଭାଇରସ୍‌ ମୁକାବିଲା ପାଇଁ ସାମିଲ ହେଲା ରୋବଟିକ୍‌ ସ୍ପ୍ରେୟର କରୋନା ଭାଇରସ୍‌ ପାଇଁ ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ବି‌ଶେଷଜ୍ଞମାନେ ଭାଇରସ୍‌ ‌ରୋକିବା ଦିଗରେ କେତେକ ବଡ଼ ପଦକ୍ଷେପ ନେଇଛନ୍ତି। ଚୀନ୍‌ରେ ଏବେ ଭାଇରସ୍‌ ରୋକିବାପାଇଁ ଏକ ରୋବଟିକ୍‌ ସ୍ପ୍ରେୟର ସାମିଲ ହୋଇଛି। ଚୀନ୍‌ ବିଶଷଜ୍ଞମାନେ ଏହି ରୋବଟିକ୍‌ ସ୍ପେୟରର ବିକାଶ କରିଛନ୍ତି। ଏହା କରୋନା ଭାଇରସ୍‌ ବ୍ୟାପିବାକୁ ଦେବନାହିଁ। ଏହି ମେସିନ୍‌ ପୂର୍ବରୁ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିଲା। ପୂର୍ବ ଚୀନ୍‌ର ଜିଆଙ୍ଗ୍‌ସୁ ପ୍ରଦେଶର ସୁଚୋ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏହି ନୂଆ ରୋବଟିକ୍‌ ସ୍ପ୍ରେୟର ଆରମ୍ଭ କରିଛନ୍ତି। ରିମୋଟ‌୍‌ ଦ୍ବାରା ପରିଚାଳିତ ଏହି ସ୍ପ୍ରେୟର ମେସିନ୍‌ ଘଣ୍ଟାକୁ ୭ କିମି ପର୍ଯ୍ୟନ୍ତ ଚାଲିପାରିବ।