ଜଘନ୍ୟ, ସାତ ହଜାର ଟଙ୍କା ନେଲା ୭ ବର୍ଷର ଜୀବନ

ଜଘନ୍ୟ, ସାତ ହଜାର ଟଙ୍କା ନେଲା ୭ ବର୍ଷର ଜୀବନ

ଜଘନ୍ୟ, ସାତ ହଜାର ଟଙ୍କା ନେଲା ୭ ବର୍ଷର ଜୀବନ
ସୁରତ୍ : ଗୁଜୁରାଟ ସୁରତ୍‌ରେ ଏକ ଅଭାନବୀୟ ଘଟଣା ଘଟିଛି । ମାତ୍ର ସାତହଜାର ଟଙ୍କାପାଇଁ ଜଣେ ସାତ ବର୍ଷର ନିରୀହ ବାଳକର କରାଯାଛି । ମିଳିଥିବା ସୂଚନା ଅନୁସାରେ ଗୁଜୁରାଟ ସୁରତ୍‌ରେ ଜଣେ ବ୍ୟକ୍ତିଙ୍କୁ ଉଧାର କରିବା ବେଶ୍ ମହଙ୍ଗା ପଡିଛି । ଉଧାର ପାଇଁସାତ ବର୍ଷର କୋମଳମତି ଶିଶୁକୁ ହତ୍ୟା କରାଯାଇଛି । ପଡୋଶୀ ଜଣକ ଶିଶୁକୁ ହତ୍ୟା କରି କ୍ଷେତରେ ଫୋପାଡି ଦେଇଥିବାର ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ସମେତ ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଛି । ଭଟାର ଅଞ୍ଚଳର ଖୋଡିଆର ନଗରରେ ରହୁଥିବା କିଶାନ ସାହାଣୀ ରଙ୍ଗ ମିସ୍ତ୍ରୀ ରୂପେ କାର୍ୟ୍ୟ କରନ୍ତି । ତାଙ୍କର ସାତ ବର୍ଷୀୟ ପୁ୍ଅକୁ ହତ୍ୟା କରାଯାଇଛି । ପୋଲିସ୍ ଏହି ଘଟଣାରେ ତାଙ୍କ ପଡୋଶୀଙ୍କୁ ଗିରଫ କରିଥିଲା । ଏହାପରେ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇଥିଲା । କିଶାନ ସିଂ କରୋନା ସମୟର ଚାଲିଥିବା ଲକ୍‌ଡାଉନ୍ ବେଳେ କାମଧନ୍ଦା ନ ପାଇ ହଇରାଣ ହେଉଥିଲେ । ଏହି ସମୟରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । ସେ ଗ୍ରାମକୁ ଯିବା ପାଇଁ ତାଙ୍କ ପଡୋଶୀ ଆଦିତ୍ୟ ଓରଫ୍ କରଣଙ୍କଠାରୁ ସାତ ହଜାର ଟଙ୍କାର ଧାର ହିସାବରେ ନେଇଥିଲେ । ଲକ୍‌ଡାଉନ୍ ପରେ ଆସି ସେ କାମରେ ଯୋଗଦେଲେ ସତ, କିନ୍ତୁ ଆଦିତ୍ୟଙ୍କଠାରୁ ନେଇଥିବା ଧାର୍ ପଇସା ସୁଝି ପାରିନଥିଲେ । ଆଦିତ୍ୟ ଏନେଇ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଏହି ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା ଏହାପରେ କିଶାନ୍ ଛଟ୍‌ପୂଜା ପରେ ଟଙ୍କା ଶୁଝିବା ପାଇଁ କହିଥିଲେ । ମାତ୍ର ଆଦିତ୍ୟ ଏହାକୁ କର୍ଣ୍ଣପାତ କରିନଥିଲେ । ଶୁକ୍ରବାର ଦିନ ଯେତେବେଳେ କିଶାନ୍ ଓ ତାଙ୍କ ସ୍ତ୍ରୀ ଛଟ୍‌ପୂଜା କରି ଆେରୁଥିଲେ । ସେତବେଳେ ଆଦିତ୍ୟ ଆସିଥିଲେ କିଶାନଙ୍କ ସାତବର୍ଷର ପୁଅକୁ ଗାଡିରେ ବସାଇ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଶିଶୁକୁ ଖୋଜିଥିଲେ । ଏହାପରେ ସେମାନେ ଆଦିତ୍ୟଙ୍କୁ କଲ୍ କରିଥିଲେ । କିନ୍ତୁ ସେ ଏହାର ଉତ୍ତର ଦେଇନଥିଲେ । ପୁଅ ସହିତ କିଛି ଅଘଟଣ ଘଟିଥିବାର ସନ୍ଦେହ କରି କିଶାନ୍‌ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା । ଆଦିତ୍ୟ ସାତ ବର୍ଷର ଶିଶୁ ଆକାଶକୁ ହତ୍ୟା କରି ସହର ଠାରୁ ୩୫ କିଲୋମଟିର ଦୂର ଏକ ଆଖୁ କ୍ଷେତରେ ଫୋପାଡି ଦେଇଥିଲେ । ତେବେ ଏହି ହତ୍ୟାଣ୍ଡରେ ଆଦିତ୍ୟଙ୍କ ସହିତ ବରକତ୍ ଅଲୀ ସହଯୋଗ କରିଥିଲେ । ପୋଲିସ୍ ଦୁହିଁଙ୍କ ଗିରଫ୍‌କରି ତଦନ୍ତ ଜାରି ରଖିଛି ।