ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ‘ବୁଚା’ ସହର ଘଟଣାର ନିନ୍ଦା କଲା ଭାରତ
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ‘ବୁଚା’ ସହର ଘଟଣାର ନିନ୍ଦା କଲା ଭାରତ
ନୂଆଦିଲ୍ଳୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ଜାତିସଂଘ ରାଷ୍ଟ୍ରଦୂତ ଟି ଏସ୍ ତିରୁମୂର୍ତ୍ତି ଋଷର ନାମ ନ ନେଇ ବୁଚା ସହରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି । ସେ କହିଛନ୍ତି, ଭାରତ ବୁଚା ଘଟଣାକୁ ନିନ୍ଦା କରୁଛି ଏବଂ ଏଥିପାଇଁ ଏକ ନିରପେକ୍ଷ ତଦନ୍ତ ଲାଗି ଆହ୍ୱାନ ଦେଉଛି । ୟୁକ୍ରେନ ଯୁଦ୍ଧ ବାବଦରେ ସେ କହିଛନ୍ତି, ଯୁଦ୍ଧ ଓ ଶତ୍ରୁତା ଶେଷ କରିବା ପାଇଁ ଦେଶ ଆହ୍ୱାନ କରୁଛି । ନିଦେ୍ର୍ଧାଷ ଲୋକମାନଙ୍କ ଜୀବନ ଯେତେବେଳେ ବିପଦରେ ପଡେ, ସେତେବେଳେ କେବଳ କୂଟନୀତି ହିଁ ଏକମାତ୍ର ବିକଳ୍ପ ରହିଯାଏ । ୟୁକ୍ରେନ ଘଟଣାରେ ତାହା ହିଁ ହେଉ ।
ଅନ୍ୟପକ୍ଷରେ ୟୁକ୍ରେନକୁ ମାନବୀୟ ସହୟତା ଯୋଗାଇବା ନେଇ ଭାରତ ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଏଥିପାଇଁ ସବୁବେଳେ ପ୍ରସ୍ତୁତ । ଦେଶ ଆଶା କରୁଛି ଯେ, ବିଶ୍ୱ ସମୁଦାୟ ୟୁକ୍ରେନର ମାନବୀୟ ଆବଶ୍ୟକତା ପୂରଣ ସକାଶେ ସକରାତ୍ମକ ପ୍ରତିକ୍ରିୟା ଜାରି ରଖିବେ । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ଓ ଏହାର ପଡୋଶୀ ଦେଶଗୁଡିକୁ ମାନବୀୟ ସହୟତା ପଠାଉଛି ଭାରତ, ଯେଉଁଥିରେ ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ । ଆଗାମୀ ଦିନରେ ୟୁକ୍ରେନକୁ ଅଧିକ ଚିକିସôା ସମ୍ବନ୍ଧୀୟ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ।




admin 