ଜୁଲାଇ ସୁଦ୍ଧା ସରକାରଙ୍କୁ ଆବଶ୍ୟକ ୩୦-୪୦ କୋଟି ଟିକା : ଆଦର ପୁନାୱାଲା

ଜୁଲାଇ ସୁଦ୍ଧା ସରକାରଙ୍କୁ ଆବଶ୍ୟକ ୩୦-୪୦ କୋଟି ଟିକା : ଆଦର ପୁନାୱାଲା

ଜୁଲାଇ ସୁଦ୍ଧା ସରକାରଙ୍କୁ ଆବଶ୍ୟକ ୩୦-୪୦ କୋଟି ଟିକା : ଆଦର ପୁନାୱାଲା
ନୂଆଦିଲ୍ଲୀ : ଜୁଲାଇ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୩୦-୪୦ କୋଟି ଟିକା ଆବଶ୍ୟକ ବୋଲି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା ମତ ଦେଇଛନ୍ତି । ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ପକ୍ଷରୁ ମିଳିତ ଭାବରେ ନିର୍ମାଣ କରାଯାଉଥିବା ଏହି ଟିକାର ନାମ କୋଭିସିଲ୍ଡ ରଖାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେରମ ଇନଷ୍ଟିଚ୍ୟୁଟ ଭ୍ରମଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଏହି ମତ ଦେଇଛନ୍ତି ଆଦର ପୁନାୱାଲା । ଆସନ୍ତା ଜୁଲାଇ ୨୦୨୧ ସୁଦ୍ଧା ଭାରତ ସରକାରଙ୍କୁ ୩୦ରୁ ୪୦ କୋଟି ଡୋଜ ଆବଶ୍ୟକ । ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଲିଖିତ ଭାବରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ।