ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ : ସ୍ୱାସ୍ଥ୍ୟ ନିଦେ୍ର୍ଧଶ

ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ : ସ୍ୱାସ୍ଥ୍ୟ ନିଦେ୍ର୍ଧଶ

ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ :  ସ୍ୱାସ୍ଥ୍ୟ ନିଦେ୍ର୍ଧଶ

ଭୁବନେଶ୍ୱର: ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶ କହିଛନ୍ତି । ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ଆମକୁ ବିଶେଷ ପ୍ରଭାବିତ କରିନି । କରିବା ସମ୍ଭାବନା ବି କମ । ରୋଗ ପ୍ରତିରୋଧକ ଶକ୍ତି କମ ରହିଲେ ଯେକୌଣସି ଫଙ୍ଗସ ଆଟାକ କରିବ । ମେ’ ମାସରୁ ଆଜି ଯାଏଁ ଜେନମ ସିକୁ୍ୟଏନ୍ସିଂରେ ଡେଲଟା ପ୍ଲସ ବାହାରିନି । ଯେପର୍ଯ୍ୟନ୍ତ କୌଣସି ଅଞ୍ଚଳରେ ଦେଖାଯାଇନାହିଁ ଆମେ ଆତଙ୍କିତ ହେବାନି । ‘ବି’ କାଟାଗୋରୀ ଜିଲ୍ଲାରେ ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ଜାଗାରେ ଲୋକ ମାନୁନାହାନ୍ତି ସେଠି ପ୍ରଶାସନ ସିରିୟସ ଭାବେ ନେଉଛି । ରାଜ୍ୟକୁ ଭ୍ୟାକସିନ ଯଥେଷ୍ଟ ଆସୁନଥିବାରୁ ଟିକାକରଣ କରିପାରୁନୁ । ବର୍ତ୍ତମାନ ନୂଆ ସିରିୟସ ରୋଗୀଙ୍କ ସଂଖ୍ୟା କମ ଅଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶ କହିଛନ୍ତି ।
ପ୍ରକାଶ ଯେ,  ରାଜ୍ୟରେ  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଆଉ ୩୨୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୮୪ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର୧୦୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୬୧୯ ଜଣ, ଖୋର୍ଦ୍ଧାରୁ ୪୨୨ ଜଣ, ଜଗତସିଂହପୁରରୁ ୨୧୨ ଜଣ,ବାଲେଶ୍ବରରୁ ୨୦୮ ଜଣ, ମୟୂରଭଞ୍ଜରୁ ୧୯୫ ଜଣ, ଯାଜପୁରରୁ ୧୯୦ ଜଣ,ପୁରୀରୁ ୧୮୮ ଜଣ, କେନ୍ଦ୍ରାପଡ଼ାରୁ ୧୭୯ ଜଣ, ଭଦ୍ରକରୁ ୧୪୧ ଜଣ,ନୟାଗଡ଼ରୁ ୧୧୪ ଜଣ,ଅନୁଗୁଳରୁ ୯୧ ଜଣ,ମାଲାକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ ଲେଖାଏଁ, କେନ୍ଦୁଝରରୁ ୬୪ ଜଣ, ରାୟଗଡ଼ାରୁ ୬୧ ଜଣ, କୋରାପୁଟରୁ ୫୩ ଜଣ, ଢ଼େଙ୍କାନାଳରୁ ୪୧ ଜଣ,ସମ୍ବଲପୁରରୁ ୩୧ ଜଣ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ୨୫ ଜଣ ଲେଖାଏଁ, ବରଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ୨୪ ଜଣ ଲେଖାଏଁ,ନବରଙ୍ଗପୁରରୁ ୨୩ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ୧୬ ଜଣ ଲେଖାଏଁ, ସୋନପୁରରୁ ୧୨ ଜଣ, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୭ ଜଣ ଏବଂ ଷ୍ଟେ୍ଟ୍ ପୋଲ୍ରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୧୬ ହଜାର୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୦ ହଜାର ୯୫୦ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୮୦ ହଜାର ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।