ଡବଲ ମର୍ଡର, ମା’ଝିଅଙ୍କୁ ତଣ୍ଟିକାଟି ହତ୍ୟା

ଡବଲ ମର୍ଡର, ମା’ଝିଅଙ୍କୁ ତଣ୍ଟିକାଟି ହତ୍ୟା

ଡବଲ ମର୍ଡର, ମା’ଝିଅଙ୍କୁ ତଣ୍ଟିକାଟି ହତ୍ୟା
ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର ପଞ୍ଚାୟତ ଶଙ୍କରପୁର ଗ୍ରାମର ଧଳାଡିହି ସାହିରେ ଡବଲ ମର୍ଡର । ରାତିରେ କୌଣସି ଦୁର୍ବୃତ୍ତ ଘରେ ପଶି ମା ଝିଅଙ୍କୁ ତଣ୍ଟି କାଟି ହତ୍ୟା କରିଛି । ମୃତ ମା’ଝିଅ ହେଲେ ସରସ୍ୱତୀ ମୁଣ୍ଡା (୪୦) ଓ ଲକ୍ଷ୍ମୀ ମୁଣ୍ଡା (୧୦) । ଘଟଣା ସମୟରେ ଘରେ ଥିବା ୬ ବର୍ଷର ସାନ ଝିଅ ଯମୁନା ବର୍ତ୍ତି ଯାଇଛି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ସନେ୍ଦହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଶଙ୍କରପୁର ଗ୍ରାମର ସରସ୍ୱତୀ ମୁଣ୍ଡାଙ୍କ ସ୍ୱାମୀ ରାମ ମୁଣ୍ଡା ଏକ ହତ୍ୟା ଉଦ୍ୟମ ମାମଲାରେ ଅଢେ଼ଇ ବର୍ଷ ହେଲା ଜେଲରେ ଅଛନ୍ତି । ଘରେ ବଡ଼ ପୁଅ ଲକ୍ଷ୍ମୀଧର (୧୫), ଝିଅ ପାର୍ବତୀ (୧୨), ଲକ୍ଷ୍ମୀ (୧୦) ଓ ସାନ ଝିଅ ଯମୁନାଙ୍କୁ ନେଇ ରହୁଥିଲେ ସରସ୍ୱତୀ । ରାତିରେ ସରସ୍ୱତୀଙ୍କ ଘରକୁ ଜଣେ ସମ୍ପର୍କୀୟ ଆସିଥିଲେ । ତେଣୁ ଲକ୍ଷ୍ମୀଧୀ ଓ ତାଙ୍କ ଭଉଣୀ ପାର୍ବତୀ ରାତିରେ ଶୋଇବା ପାଇଁ ସମ୍ପର୍କୀୟଙ୍କ ମାମୁଘରକୁ ପଳାଇଥିଲେ । ସକାଳୁ ଫେରିଲା ବେଳକୁ ଘରେ ମା’ ଓ ଭଉଣୀ ଲକ୍ଷ୍ମୀଙ୍କ ମୃତ ଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ରାତିରେ ଘରେ ପଶି କୌଣସି ଦୁର୍ବୃତ୍ତ ମା’ଝିଅଙ୍କୁ ତଣ୍ଟିକାଟି ହତ୍ୟା କରିଥିବା ସନେ୍ଦହ କରାଯାଇଛି । ଏହି ସମୟରେ ସାନ ଝିଅ ଯମୁନା କୌଣସି ପ୍ରକାରେ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ।