ଡିଏଲ/ ଏଲଏଲ ସ୍ଲଟ ବୁକିଂ ବାତିଲ ।

ଡିଏଲ/ ଏଲଏଲ ସ୍ଲଟ ବୁକିଂ ବାତିଲ ।

ଡିଏଲ/ ଏଲଏଲ ସ୍ଲଟ ବୁକିଂ ବାତିଲ ।
ଡିଏଲ/ ଏଲଏଲ ସ୍ଲଟ ବୁକିଂ ବାତିଲ ପାଇଁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଡିଏଲ/ ଏଲଏଲ ସ୍ଲଟ ବୁକିଂ ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ । କେବେଠୁ ସାରଥୀ ପୋର୍ଟାଲ କାର୍ଯ୍ୟ କରିବ ସେ ସମ୍ପର୍କରେ ଜଣାଇଦିଆଯିବ । ଯେଉଁମାନେ ଡିଏଲ/ ଏଲଏଲ ସ୍ଲଟ ବୁକିଂ ପେମେଣ୍ଟ କରିଛନ୍ତି, କାଲମ ରହିବ । ଡିଏଲ/ ଏଲଏଲ ପାଇଁ କେହି ଆରଟିଓ ଅଫିସ ଆସିବାକୁ ବିଭାଗ ପକ୍ଷରୁ ମନା କରାଯାଇଛି । ଏନେଇ ବିଜ୍ଞପ୍ତି ଜରିଆରେ ପରିବହନ ନିଗମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଆଜି ଠାରୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ ବୋଲି କୁହାଯାଇଥିଲା । ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ । ତେବେ ୨୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକିଂ ହୋଇପାରିବ ବୋଲି କୁହାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ । ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅବେଦନକାରୀ ଓ ଆରଟିଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଏଥିସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଆବେଦନକାରୀଙ୍କ ଥର୍ମାଲ ସ୍କାନିଂ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା । ପ କରୋନା ପାଇଁ ଅଢେଇମାସ ହେଲା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ବନ୍ଦ ରହିଥିଲା । ଏହାକୁ ପୁଣି ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ ପରିବହନ କମିଶନର ।