ଡିଗ୍ରୀ କଲେଜରେ ପଢ଼ାଇବେ ଅତିଥି ଅଧ୍ୟାପକ

ଡିଗ୍ରୀ କଲେଜରେ ପଢ଼ାଇବେ ଅତିଥି ଅଧ୍ୟାପକ

ଡିଗ୍ରୀ କଲେଜରେ ପଢ଼ାଇବେ ଅତିଥି ଅଧ୍ୟାପକ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ୟୁଜି (ଯୁକ୍ତ ୩ / ସ୍ନାତକ) ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ । ତେବେ ଡିଗ୍ରୀ କଲେଜଗୁଡ଼ିକରେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକ ନିଯୁକ୍ତି କରିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀ ମିଶ୍ର ଚିଠିରେ କହିଛନ୍ତି ଯେ ଯେଉଁ ବିଭାଗରେ ନିୟମିତ ଅଧ୍ୟାପକ ନାହାନ୍ତି, ସେଠାରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କର । ଗତ ଜାନୁଆରୀ ୧୧ ରୁ ଯୁଜି ଓ ପିଜିର ଶେଷ ବର୍ଷ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଥିଲା । ସେହି ସମୟରେ ମଧ୍ୟ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଉଭୟ ପର୍ଯ୍ୟାୟରେ ହେବାକୁ ଥିବା ଅତିଥି ଅଧ୍ୟାପକ ନିଯୁକ୍ତି ୨୦୧୯-୨୦ ଶିକ୍ଷାବର୍ଷର ଅତିଥି ଅଧ୍ୟାପକ ସଂଖ୍ୟାଠାରୁ ଅଧିକ ହେବ ନାହିଁ । ଚଳିତ ମାସ ୨୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ବିଭାଗକୁ ସୂଚନା ଦେବା ପାଇଁ ସଚିବ ଶ୍ରୀ ମିଶ୍ର କହିଛନ୍ତି ।