ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ଦାୟିତ୍ୱ : ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’

ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ଦାୟିତ୍ୱ : ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’

ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ଦାୟିତ୍ୱ : ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’
ଭୁବନେଶ୍ୱର : ଦୂର ହେଉଛି ବିବାଦ । ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁଣି ପ୍ରକାଶ ପାଇବ । ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ । ଏହି ଦାୟିତ୍ୱ ପୁଣି ଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦେଇଛି: ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା । ୨୦୧୪ ରୁ ଏ ନେଇ ବିବାଦ ଦେଖା ଦେଇଥିବା ବେଳେ ୨୦୧୮ ରେ ସମାଧାନର ପନ୍ଥା ବାହାରିଥିଲା । କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇଥିବା ବେଳେ ଖୁବଶୀଘ୍ର ପ୍ରକାଶ ପାଇବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାର ମୁଦ୍ରଣ ଦାୟିତ୍ୱ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି ସେ କହିଛନ୍ତି ।