ତେଲେଙ୍ଗାନା ହାଇଡ୍ରୋ ପାୱାର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି : ପ୍ରଧାନମନ୍ତ୍ରୀଙ୍କ ଶୋକ

ତେଲେଙ୍ଗାନା ହାଇଡ୍ରୋ ପାୱାର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି : ପ୍ରଧାନମନ୍ତ୍ରୀଙ୍କ ଶୋକ

ତେଲେଙ୍ଗାନା ହାଇଡ୍ରୋ ପାୱାର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି : ପ୍ରଧାନମନ୍ତ୍ରୀଙ୍କ ଶୋକ
ହାଇଦ୍ରାବାଦ : ତେଲେଙ୍ଗାନା ହାଇଡ୍ରୋପାୱାର ପ୍ଲାଣ୍ଟ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ମଧ୍ୟରେ ତେଲେଙ୍ଗାନା ଶକ୍ତି ବିଭାଗର ୭ ଜଣ କର୍ମୀ ରହିଥିବା ବେଳେ ଅମର ରାଜା ବ୍ୟାଟେରୀ କମ୍ପାନୀର ଦୁଇ ଜଣ କର୍ମଚାରୀ ରହିଛନ୍ତି । ଅଗ୍ନିକାଣ୍ଡ ସମୟରେ କାର୍ଯ୍ୟାଳୟରେ ୧୯ ଜଣ କର୍ମଚାରୀ ରହିଥିବା ବେଳେ ୧୦ ଜଣ ବାହାରି ଯିବାରେ ସକ୍ଷମ ହୋଇଥିଲେ । ଉକ୍ତ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଶୋକ ବ୍ୟକ୍ତ କରିବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।