ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଖାଲେଦା ଜିଆ

ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଖାଲେଦା ଜିଆ

ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଖାଲେଦା ଜିଆ
ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଶୁକ୍ରବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତ୍ରୀ ଖାଲେଦା ଜିଆ ଏବଂ ତାଙ୍କ ପୁଅ ତାରେକ୍ ରହମାନ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ହସିନା ଅଭିଯୋଗ କରିଛନ୍ତି । ଢାକାରେ ୨୦୦୪ ମସିହାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ଉଭୟ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି ହସିନା କହିଛନ୍ତି । ଢାକା ଆକ୍ରମଣର ୧୬ ବର୍ଷ ପୂର୍ତ୍ତିକୁ ନେଇ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ସମୟରେ ହସିନା ଏହି ବିସ୍ଫୋରକ ବୟାନ ଦେଇଛନ୍ତି । ଉକ୍ତ ଆକ୍ରମଣରେ ଦିବଙ୍ଗତ ରାଷ୍ଟ୍ରପତି ଜିଲ୍ଳୁର ରହମାନଙ୍କ ପତ୍ନୀ ଇଭି, ମହିଳା ଅୱାମୀ ଲିଗ୍ର ତକ୍ରାଳୀନ ସଭାପତିଙ୍କ ସମେତ ୨୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଅୱାମୀ ଲିଗ୍ ୧୦୦ ବର୍ଷ କ୍ଷମତାକୁ ଫେରି ପାରିବ ନାହିଁ ବୋଲି ଏହି ଆକ୍ରମଣ ପୂର୍ବରୁ ଜିଆ ବୟାନ ଦେଇଥିଲେ ।