ଦୁବାଇ ଓଡ଼ିଆ ସମାଜର ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ

ଦୁବାଇ ଓଡ଼ିଆ ସମାଜର ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ

ଦୁବାଇ ଓଡ଼ିଆ ସମାଜର ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, - ଏକବିଂଶ ଶତାବ୍ଦୀରେ କେବଳ ଆମର ଉକôଳୀୟ ପରମ୍ପରାକୁ ନୂଆ ଭାବେ ପାଳନ କରିବା ନୁହେଁ ବରଂ ଏହାକୁ ବ୍ୟାପକ କରିବା ଦରକାର । ପୂର୍ବରୁ ଉକôଳୀୟ ପରମ୍ପରା ଥିଲା ଏବଂ ଏହା ଆଗାମୀ ଦିନରେ ନିଶ୍ଚିତ ରହିବ, ଏପରି ଦୃଢ଼ ଆତ୍ମବିଶ୍ୱାସ ସହ ଏହାକୁ ବିଶ୍ୱରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଅନୁଶୀଳନ କରିବା ଜରୁରୀ ବୋଲି ରବିବାର ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତଙ୍କ ପାଇଁ ଆଜି ଖୁସି ଓ ଆନନ୍ଦର ଅବସର କାରଣ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତେ ଓଡ଼ିଶାର ଅନନ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ପରିଚିତ ଏକ ମଂଚରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଏକାଠି ହୋଇଛୁ । ବିଶ୍ୱର ଯେକୌଣସି ସ୍ଥାନରେ ରହି ମଧ୍ୟ ଆମେମାନେ ସମସ୍ତେ ଉକôଳୀୟ ପରମ୍ପରା ଅନୁସାରେ ଓଡ଼ିଆ ନବବର୍ଷ ପାଳନ କରୁଅଛୁ । ବର୍ତମାନ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆମେ ଆମର ସଂସ୍କୃତି ଓ ପରମ୍ପରା, ଉତ୍ସବ ପାଳନର ମହତ୍ୱ, ଓଡ଼ିଆ ଭାଷାକୁ ନୂଆ ଢ଼ଙ୍ଗରେ ଉପସ୍ଥାପିତ କରିବାର ପ୍ରଭାବଶାଳୀ ମାଧ୍ୟମ ତିଆରି କରିପାରିଛନ୍ତି । ତେବେ ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି । ବର୍ତମାନର କରୋନା ମହାମାରୀ ସମୟରେ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ନିୟମିତ ମାସ୍କ ପିନ୍ଧିବା ସହ ଲୋକମାନଙ୍କୁ ସଚେତନ କରିବାର ସାମାଜିକ ଦାୟିତ୍ୱ ନେବା ପାଇଁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ଦୁବାଇର ସିଜିଆଇ ଡା.ଅମନ ପୁରୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଲୋକକବି ପଦ୍ମଶ୍ରୀ ଶ୍ରୀ ହଳଧର ନାଗ ଓ ୧୫ ଦେଶରୁ ଓଡ଼ିଆ ଭାଇ ଭଉଣୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।