ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଉଦ୍ଧାର

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଉଦ୍ଧାର

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଉଦ୍ଧାର
କୋଝିକୋଡ : କେରଳର କୋଝିକୋଡରେ ଗତକାଲି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବିମାନର ବ୍ଲାକ୍ବକ୍ସ ଉଦ୍ଧାର କରାଯାଇଛି । ଏହି କ୍ଲାକ୍ବକ୍ସରୁ ଦୁର୍ଘଟଣାର ପ୍ରକୃତ କାରଣ ହସ୍ତଗତ ହେବ ବୋଲି ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ଦୁବାଇରୁ ୧୮୪ ଯାତ୍ରୀଙ୍କୁ ନେଇ ଫେରୁଥିବା ଏହି ବିମାନ ଆଇ ଏକ୍ସ ୧୩୪୪ ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଦୁଇ ପାଇଲଟ୍ଙ୍କ ସମେତ ୧୮ ଜଣଙ୍କ ପ୍ରାଣହାନି ଘଟିଥିଲା । ଡିଜିସିଏ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଉଦ୍ଧାର କରିଛନ୍ତି । ବ୍ଲାକ୍ବକ୍ସ ଉଦ୍ଧାର କରାଯିବା ଫଳରେ ଦୁର୍ଘଟଣା ସମୟରେ ବିମାନର ବେଗ, ପାଇଲଟ୍ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ, ବିମାନର ଅକ୍ଷାଂଶ ଏବଂ ଦ୍ରାଘିମା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରାପ୍ତ ହୋଇ ପାରିବ । ଏହି ବିମାନ ବନ୍ଦରଟି ପାହାଡ ଉପରେ ନିର୍ମିତ ତଥା କେରଳର ଅଧିକାଂଶ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରା ଏହିଠାରୁ ହିଁ ହୋଇଥାଏ । ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।