ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
admin
Dec 14, 2019 - 01:40
Updated: Dec 14, 2019 - 01:40
କୋକସରା(ଜଗଦୀଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ପଞ୍ଚାୟତ ଖୁର୍ସେଲଗୁଡ଼ା ଗ୍ରାମର ଡମ୍ବରୁଧର ରାଉତ (୨୬)ଙ୍କ ମୃତ୍ୟୁ ରେ ଭିନ୍ନମୋଡ। ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ। ଗତ ୫ ତାରିଖ ଦିନ ଡମ୍ବରୁଧର ଙ୍କୁ କାମ କରିବା ପାଇଁ ଡାକି ନେଇ ଗ୍ରାମର ଜିତେନ୍ଦ୍ର ପଣ୍ଡା ମାଡ଼ ମାରି ଦୁର୍ଘଟଣାର ରୁପ ଦେଇଥିବା ପରିବାର ଲୋକେ ଅଭିଯୋଗ କରି ଜିତେନ୍ଦ୍ରଙ୍କ ଘର ଆଗରେ ଶବ ରଖି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ମୃତ ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ଦିନ ଡମ୍ବରୁଧର ଙ୍କୁ ସ୍ଥାନୀୟ ଧାନ ମଣ୍ଡି ପାଖରୁ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ କ୍ଷ ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା ପରେ ଡମ୍ବରୁଧରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭବାନୀପାଟଣା ଡାକ୍ତର ଖାନରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା କ୍ଷ ଏନେଇ ୬ ତାରିଖ ଦିନ ପରିବାର ଲୋକ ଚିଳଗୁଡା ଫାଣ୍ଡି ରେ ଦୁର୍ଘଟଣା ଜନିତ ଅଭିଯୋଗ ଲିଖିତ ଭାବରେ କରିଥିବା ଜଣାପଡିଛି କ୍ଷ ହେଲେ ବୁର୍ଲା ଡ଼ାକ୍ତରଖାନାରେ ଡମ୍ବରୁଧର ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଆଜି ଡମ୍ବରୁଧର ଙ୍କ ପରିବାର ଲୋକେ ସନ୍ଦେହ କରି କାମ କରିବା ପାଇଁ ଡାକି ଜିତେନ୍ଦ୍ର ପଣ୍ଡା ତାଙ୍କୁ ଯୋଜନା ଭାବରେ ଡ଼ାକିନେଇ ମାରିଥିବା ଅଭିଯୋଗ କରି ତାଙ୍କ ଘର ଆଗରେ ଶବ ରଖି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ପରିବାର ଲୋକେ । ଗୁରୁବାର ସନ୍ଧ୍ୟାରୁ ଜିତେନ୍ଦ୍ର ଙ୍କ ଘର ଆଗରେ ଦିର୍ଘ ୧୦ ଘଣ୍ଟା ପାଖାପାଖି ସମୟ ଧରି ଶବରଖି ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ବସିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚି ଦିର୍ଘ ସମୟ ଧରି ବୁଝାସୁଝା କରି ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମୃତ ପରିବାର ଲୋକଙ୍କୁ କହିଥିଲେ କ୍ଷ ପରେ ପରିବାର ଲୋକେ ଶବଟିକୁ ଉଠାଇଥିବା ବେଳେ ପରିବାରର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି କ୍ଷ ଏନେଇ ଜୁନାଗଡ଼ ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ପଚାରିବାରୁ ଶବବ୍ୟବଛେ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନା କୁ ଆସିବ ବୋଲି କହିଛନ୍ତି।