ଦେଶର ୮ ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶର ୮ ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶର ୮ ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ:ଦେଶରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସମିଟରେ ଅନେକ ସୂଚନା ଦେଇଛନ୍ତି । ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚି ଲବ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ, ଗତବର୍ଷ ତୁଳନା ଠାରୁ ସଂକ୍ରମଣ ଅଧିକ, ସବୁ ରାଜ୍ୟରେ ଅଧିକ ମାମଲା ଆସୁଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତି; ୧ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ଛତିଶଗଡ, ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନ ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ରହିଛି । ୮୨% ଆକ୍ରାନ୍ତ ସୁସ୍ଥ ଅଛନ୍ତି , ୧୪.୧୯ କୋଟି ଡୋଜ୍ ଟିକା ଦିଆସରିଲାଣି । ସ୍ୱଳ୍ପ ଲକ୍ଷଣ ଥିଷଳ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ହେବ । ଅକ୍ସିଜେନ ଯୋଗାଣକୁ ନେଇ ଗୃହ ବିଭାଗ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି । ଅତିରିକ୍ତ ସଚିବ କହିଛନ୍ତି ଯେ, ଅକ୍ସିଜେନ ଟ୍ୟାଙ୍କରକୁ ଆମ୍ବୁଲାନ୍ସ ଭଳି ସୁବିଧା ଭଳି ସୁବିଧର ଦିଆଯାଉ । ଅକ୍ସିଜେନ୍ ଟ୍ୟାଙ୍କରକୁ ସୁରକ୍ଷା ଓ ଗ୍ରୀନ କରିଡର ପ୍ରଦାନ କରାଯାଉ ବୋଲି ଅତିରିକ୍ତ ସଚିବ କହିଛନ୍ତି ।