ଦେଶରେ ୨୪ ଘଣ୍ଟାରେ ୫୮,୦୭୭ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୫୮,୦୭୭ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୫୮,୦୭୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୫୮ହଜାର ୭୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୩୦ଲକ୍ଷ ୫୯ହଜାର ୩୭ରେ ପହଞ୍ଚିଛି । ଦେଶରେ ଦୈନିକ ପଜିଟିଭ୍ ହାର ୩.୮୯ପ୍ରତିଶତ ରହିଛି ।

 ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୭ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୬ଲକ୍ଷ ୯୭ହଜାର ୮୦୨ରହିଛି ।  ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୧ଲକ୍ଷ ୧୨ହଜାର ୮୦ହଜାର ୭୫୧ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି ।