ରାଜ୍ୟରେ ୨୪ ଘଣ୍ଟାରେ ୧,୫୭୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧,୫୭୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧,୫୭୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ଦେଖାଯାଇଛି। ସୂଚନା ଅନୁଯାୟୀ ଗତ ୨୪ଘଣ୍ଟାରେ ରାଜ୍ୟରେ ୧ହଜାର ୫୭୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୧୮ଜଣ ରହିଥିବାବେଳେ ୬୫୪ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୦୯ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । 


ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୨୩୩, ଅନୁଗୁଳରୁ ୯, କଟକରୁ ୧୬୧ , ବାଲେଶ୍ୱରରୁ ୬୨, ବରଗଡରୁ ୨୫, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୨୫, ଦେବଗଡରୁ ୨୦, ଢେଙ୍କାନାଳରୁ ୩୫, ଗଜପତିରୁ ୪୭, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୪୮, ଯାଜପୁରରୁ ୫୨, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୨୨, କନ୍ଧମାଳରୁ୬୨, କେନ୍ଦ୍ରାପଡାରୁ ୩୦, କେନ୍ଦୁଝରରୁ ୪୩, କେରାପୁଟରୁ ୮୭, ମାଲକାନାଗିରିରୁ ୬, ମୟୂରଭଞ୍ଜରୁ ୬୦, ନବରଙ୍ଗପୁରରୁ ୨୦, ନୟାଗଡରୁ ୩୫, ନୂଆପଡାରୁ ୨୩, ପୁରୀରୁ ୩୯, ରାୟଗଡାରୁ ୭୪, ସମ୍ବଲପୁରରୁ ୭୩, ସୋନପୁରରୁ ୧୨, ସୁନ୍ଦରଗଡରୁ ୧୧୩, ରାଜ୍ୟପୁଲରୁ ୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୪ହଜାର ୫୭୫କୁ ବୃଦ୍ଧି ପାଇଛି ।