ନକଲି ନେଗେଟିଭ୍ ପ୍ରମାଣପତ୍ର ଦେଇ ମନ୍ଦିରରେ ପ୍ରବେଶ, ୧୩ ଦିନରେ ୧୨ ଗିରଫ

ନକଲି ନେଗେଟିଭ୍ ପ୍ରମାଣପତ୍ର ଦେଇ ମନ୍ଦିରରେ ପ୍ରବେଶ, ୧୩ ଦିନରେ ୧୨ ଗିରଫ

ନକଲି ନେଗେଟିଭ୍ ପ୍ରମାଣପତ୍ର ଦେଇ ମନ୍ଦିରରେ ପ୍ରବେଶ,  ୧୩ ଦିନରେ ୧୨ ଗିରଫ

ପୁରୀ: ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଶ୍ରଦ୍ଧାଳୁମାନେ ନିଜର ଡବଲଡୋଜ ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବାର ନିୟମ ରହିଛି। ତେବେ ଏହି ନିୟମକୁ କିଛି ଶ୍ରଦ୍ଧାଳୁ ମାନୁ ନାହାନ୍ତି।  ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି। ଏଥିପାଇଁ ଏକ ରାକେଟ୍ ସକ୍ରିୟ ହୋଇଛି। ଯେଉଁମାନେ  ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ସେମାନେ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ କରାଇବାରେ ସହାୟତା କରୁଛି। ପୁଲିସ ପକ୍ଷରୁ ୧୩ ଦିନରେ ୪ ଜଣ ଶ୍ରଦ୍ଧାଳୁଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଏସପି କେ.ବିଶାଲ ସିଂହ । ଅଗଷ୍ଟ ୨୭ରେ୨ ସିଂହଦ୍ୱାର ଥାନା ପୁଲିସ ମାମଲା ରୁଜୁ କରି ମଧ୍ୟପ୍ରଦେଶର ୨ ଜଣ ଶ୍ରଦ୍ଧାଳୁ ଓ ପୁରୀର ୨ ଜଣ ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଅନ୍ୟ ଜଣେ ଫେରାର ରହିଛି । ଗତ ୬ ତାରିଖରେ କୁମ୍ଭାରପଡ଼ା ଥାନା ପୁଲିସ ଚଢ଼ାଉ କରି ମାର୍କେଟ ଛକରୁ ହିନ୍ଦୁସ୍ତାନ ଟ୍ରାଭେଲ୍ସରୁ ୩ ଜଣଙ୍କୁ ଗିରଫ କରିଥିଲା । ଏଠାରେ ନକଲି ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ପୁଲିସ ଛତିଶଗଡ଼ର ଜଣେ ଶ୍ରଦ୍ଧାଳୁ, ଜଣେ ଦଲାଲ ଓ ଟ୍ରାଭେଲସ ମାଲିକଙ୍କୁ ବାନ୍ଧିଥିଲା । ମାମଲା ରୁଜୁ କରି ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା । ସେହିପରି ଗତ ୮ ତାରିଖରେ ପୁଣି ସିଂହଦ୍ୱାର ଥାନାରେ ଆଉ ଏକ ମାମଲା ରୁଜୁ କରି ଅନୁଗୁଳର ଜଣେ ଶ୍ରଦ୍ଧାଳୁ ସମେତ ଏହି ର୍ୟାକେଟର ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମାମଲାରେ କମ୍ପୁ୍ୟଟର ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ଜାଲ ପ୍ରମାଣପତ୍ର ପ୍ରସ୍ତୁତ ହେଉଥିବା ଖବର ପାଇଛି ପୁଲିସ । ଏକାଧିକ ଯୁବକ ଏହି କାର୍ୟ୍ୟ କରି ବେଆଇନ ଭାବେ ଅର୍ଥ ରୋଜଗାର କରୁଛନ୍ତି । ସେପଟେ ଶ୍ରଦ୍ଧାଳୁ ମଧ୍ୟ ଜାଲ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରି ଫସିଛନ୍ତି ।