ନିର୍ଣ୍ଣାୟକ ଭୂମିକା ନେବ ୫୩୮ ଇଲେକ୍ଟୋରାଲ ଭୋଟ

ନିର୍ଣ୍ଣାୟକ ଭୂମିକା ନେବ ୫୩୮ ଇଲେକ୍ଟୋରାଲ ଭୋଟ

ନିର୍ଣ୍ଣାୟକ ଭୂମିକା ନେବ ୫୩୮ ଇଲେକ୍ଟୋରାଲ ଭୋଟ
ୱାସିଂଟନ: ଆମେରିକା ନିର୍ବାଚନରେ ଗଣିତ ଖେଳ ଭାରି ଜଟିଳ । ଜନସାଧାରଣଙ୍କ ଠାରୁ ବିପୁଳ ଭୋଟ ପାଇଲେ ମଧ୍ୟ ଜଣେ ପ୍ରାର୍ଥୀ ନିର୍ବାଚନ ଜିଣିପାରିବେନି । ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଯଦି ଇଲେକ୍ଟୋରାଲ କଲେଜରୁ ୨୭୦ ଇଲେକ୍ଟୋରାଲ ଭୋଟ ପାଇପାରିବେନି ତେବେ ସେ କ୍ଷମତାକୁ ଆସିପାରିବେନି । ଏହି ୨୭୦ ସଂଖ୍ୟା ଅତି ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟୋରାଲ କଲେଜରେ ମୋଟ ୫୩୮ ଟି ଇଲେକ୍ଟୋରାଲ ଭୋଟରୁ ୨୭୦ଟି ଭୋଟ ଯଦି ଜଣେ ତେବେ ସେ ହିଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ । ଚଳିତ ନିର୍ବାଚନରେ ଟ୍ରମ୍ପଙ୍କ ପାଇଁ ଏହି ୨୭୦ ଇଲେକ୍ଟୋରାଲ ଭୋଟ ଜିତିବା ଏକ ପ୍ରକାର ଚ୍ୟାଲେଞ୍ଜିଂ ହୋଇଛି । କାଲିଫର୍ଣ୍ଣିଆରେ ସର୍ବାଧିକ ଇଲେକ୍ଟୋରାଲ ଭୋଟ ୫୫ ଥିବା ବେଳେ ଟେକ୍ସାସରେ ୩୮ଟି ଟି ଇଲେକ୍ଟୋରାଲ ଭୋଟ ଅଛି । ଜଣେ ପ୍ରାର୍ଥୀ ଯଦି ନୁ୍ୟୟର୍କ ଏବଂ ଫ୍ଲୋରିଡାରୁ ଜିତିବେ ତେବେ ସେ ୨୯ଟି ଇଲେକ୍ଟୋରାଲ ଭୋଟ ପାଇପାରିବେ ।