ନିର୍ଭୟା ମାମଲାରେ ନୂଆ ମୋଡ଼

ନିର୍ଭୟା ମାମଲାରେ ନୂଆ ମୋଡ଼

ନିର୍ଭୟା ମାମଲାରେ ନୂଆ ମୋଡ଼
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି । ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ଏବେ ଜାତିସଂଘ ଅନ୍ତର୍ଜାତୀୟ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ଫାଶୀ ଦଣ୍ଡ ଉପରେ ସ୍ଥଗିତାଦେଶ ଲଗାଇବାକୁ ସେମାନେ ଅନ୍ତର୍ଜାତୀୟ ନ୍ୟାୟାଳୟ ନିକଟରେ ଆବେଦନ କରିଛନ୍ତି । ଯଦି ଅନ୍ତର୍ଜାତୀୟ ନ୍ୟାୟାଳୟ ଏହି ଘଟଣାରେ ହସ୍ତକ୍ଷେପ କରନ୍ତି, ତେବେ ଫାଶୀ ତାରିଖ ପୁଣି ଘୁଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି । ଏହା ପୂର୍ବରୁ ୩ ଥର ଫାଶୀ ତାରିଖ ଘୁଞ୍ଚି ସାରିଲାଣି । ଗତ ମାର୍ଚ୍ଚ ୫ରେ ଦିଲ୍ଲୀର ଏକ କୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ରେ ଫାଶୀ ଦିଆଯିବ ବୋଲି ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଫାଶୀ ଦେବାକୁ ଥିବା ଜହ୍ଲାଦକୁ ପଠାଇବାକୁ ତିହାର ଜେଲ କର୍ତ୍ତୃପକ୍ଷ ଉତ୍ତର ପ୍ରଦେଶର ଜେଲକୁ ଚିଠି ଲେଖିଛନ୍ତି । ଏହା ପୂର୍ବରୁ ସୁପ୍ରିମକୋଟ;ର୍ ଅନ୍ୟତମ ଦୋଷୀ ମୁକେଶର ଏକ ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବ ଓକିଲମାନେ ତାଙ୍କୁ ଭ୍ରମିତ କରିଥିବା ଦର୍ଶାଇ ସେ ଆଉଥରେ କ୍ୟୁରେଟିଭ ପିଟିସନ ଦାଏର କରିବାକୁ ଆବେଦନ କରିଥିଲା । ତେବେ ଏହି ଆବେଦନରେ କୌଣସି ଯଥାର୍ଥତା ନାହିଁ ଦର୍ଶାଇ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଏମ.ଆର.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ ।