ନୂଆ ଲୁକରେ ଆସୁଛନ୍ତି ଶୁଭାଶିଷ

ନୂଆ ଲୁକରେ ଆସୁଛନ୍ତି ଶୁଭାଶିଷ

ନୂଆ ଲୁକରେ ଆସୁଛନ୍ତି ଶୁଭାଶିଷ
ଧାରାବାହିକରୁ ନେଇ ଓଡ଼ିଆ ଚଳଚ୍ଚିତ୍ର । ସବୁଠି ଶୁଭାଶିଷ ନାଥଶର୍ମା ବା ମଣ୍ଟୁଙ୍କ ଷ୍ଟାଇଲିସ ଓ କୁଲ ଲୁକିଂର ତାରିଫ । ଏମିତିକି ୟୁଟୁ୍ୟବରେ ତାଙ୍କ ମୁ୍ୟଜିକ ଆଲବମ ପ୍ରାୟ ୧୫ ମିଲିୟନରୁ ଅଧିକ ଦର୍ଶକ ପସନ୍ଦ କରିସାରିଲେଣି । ଏବେ ନୂଆ ଦୁଇଟି ଫିଲ୍ମରେ ଆସୁଛନ୍ତି ସେ । ଗୋଟେ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ତ ଆଉ ଗୋଟିଏ ଫିଲ୍ମରେ ନେଗେଟିଭ କ୍ୟାରେକ୍ଟରରେ । ତେବେ ହିରୋ ଭୂମିକାରେ ଆସୁଥିବା ସିନେମାରେ ସୁଭାଶିଷଙ୍କ ଲୁକକୁ ନେଇ ଚର୍ଚ୍ଚା । ଜଣେ ଅଫିସିଆଲ ବୟର ଜୀବନ କାହାଣୀକୁ ନେଇ ତିଆରି ଏହି ଫିଲ୍ମରେ ଏକଦମ କୁଲ ଲୁକରେ ଆସୁଛନ୍ତି । ଗ୍ରାଫିକ ଡିଜାଇନିଂରୁ କ୍ୟାରିୟର ଆରମ୍ଭ କରିଥିବା ସୁଭାଶିଷ ଏଯାଏ ୧୬ଟି ଫିଲ୍ମରେ ଅଭିନୟ କରିସାରିଳେଣି । ପ୍ରେମ ଅଢେ଼ଇ ଅକ୍ଷରରେ ହିରୋ ଭାବେ ଏଣ୍ଟି୍ର ମାରିଥିବା ଶୁଭାଶିଷ ତୁ ମୋ ଆରମ୍ଭ ତୁ ମୋ ଶେଷ, କି୍ରମିନାଲ, ଟାର୍ଗେଟ, ନୂଆ ନୂଆ ପ୍ରେମ ଆଦିରେ ଜବରଦସ୍ତ ଅଭିନୟ କରି ଦର୍ଶକ ମନ ଜିଣିଛନ୍ତି । ସେହିଭଳି ତାଙ୍କର ଧାରାବାହିକ ଦୁର୍ଗା, ସ୍ୱାଭିମାନ, ତୁଳସୀ, ଅପା ଆଦିରେ ବେଶ ଲୋକପି୍ରୟତା ହାସଲ କରିଛି । ତାଙ୍କ ୬ଟି ମୁ୍ୟଜିକ ଭିଡିଓକୁ ମଧ୍ୟ ହିଟ ହୋଇଛି ।