ନୂପୁର ଶର୍ମାଙ୍କ ପାଇଁ ଅଡୁଆ ବଢ଼ିଲା

ନୂପୁର ଶର୍ମାଙ୍କ ପାଇଁ ଅଡୁଆ ବଢ଼ିଲା

ନୂପୁର ଶର୍ମାଙ୍କ ପାଇଁ ଅଡୁଆ ବଢ଼ିଲା
ମୁମ୍ୱାଇ:ଦେଶରୁ ବିଦେଶ ଯାଏଁ ବିବାଦୀୟ ହୋଇପଡିଛନ୍ତି ନୂପୁର ଶର୍ମା। ଏକ ଟେଲିଭିଜନ୍‌ ବିତର୍କରେ ନୂପୁର ଦେଇଥିବା ବୟାନର ଭିଡିଓ କ୍ଲିପ୍‌ ରହିଛି । ସେହି ଭିଡିଓ କ୍ଲିପ୍‌ରେ ନୂପୁର ଶର୍ମା ଏକ ନିର୍ଦ୍ଧିଷ୍ଟ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଦେଶରୁ ବିଦେଶ ପର୍ଯ୍ୟନ୍ତ ତୁମ୍ବି ତୋଫାନ ଉଠିଛି। ଏ ମାମଲାରେ ନୁପୁରଙ୍କୁ ବିଜେପି ମୁଖପାତ୍ର ପଦରୁ ହଟାଇବା ସହ ଦଳରୁ ନିଲମ୍ବିତ କରିଛି ବିଜେପି । ତଥାପି ନୁପୁରଙ୍କ ପାଇଁ ଅଡୁଆ କମିନି, ବଢ଼ିବାରେ ଲାଗିଛି । ଏମିତିକି ସେ ଗିରଫ ହେବା ଭୟ ଘାରିଲାଣି। ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ମୁମ୍ବାଇ ପୋଲିସ ସମନ ପଠାଇବ । ପୋଲିସ ତାଙ୍କୁ ପଚରାଉଚରା କରିବ । ସାଉଥ ମୁମ୍ବାଇରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ଇରାନ, କୁଏତ, କାତାର ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଭାରତ ସରକାର ମଧ୍ୟ କହିଛନ୍ତି, ଜଣେ ମୁଖପାତ୍ର କହିବା ଅର୍ଥ ନୁହେଁ ଯେ ଏହାର ଭାରତ ସରକାରଙ୍କ ମତ । ଏଭଳି କଥାକୁ ଯିଏ ସମାଲୋଚନା କରୁଛି ତାହା ସଂକୀର୍ଣ୍ଣ ମାନସିକତା ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।