ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ

ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ

ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ
ବାଣପୁର: ସାମାନ୍ୟ କଥାକୁ ନେଇ କ୍ରୋଧରେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ସ୍ୱାମୀ । ଆଉ ବିବାହ ବେଦିର ଯେଉଁ ସ୍ତ୍ରୀ ସୁରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ତାକୁ ହିଁ ଜୀବନରୁ ଶେଷ କରିଦେଲା । ହତ୍ୟାକାଣ୍ଡ ଏତେ ବିଭତ୍ସ ଥିଲା ଯେ, ଯିଏ ବି ଦେଖୁଥିଲା ଭୟଭୀତ ହୋଇଯାଉଥିଲା । ଏପରି ଏକ ଅମାନବୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଫାଣ୍ଡି ଝରିଆଟାଙ୍ଗୀ ଗ୍ରାମରେ । ଜଣେ ସ୍ୱାମୀ ଅମାନୁଷିକ ଭାବେ କଟୁରିରେ ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି । ଘଟଣା ପରେ ପତ୍ନୀହନ୍ତା ସ୍ୱାମୀକୁ ଗିରଫ କରି ବା ସହ ସ୍ତ୍ରୀର ମୃତଦେହ ଓ କଟୁରିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ ବାଣପୁର ଥାନା ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଝରିଆଗଙ୍ଗା ଗ୍ରାମର ପୂର୍ବତନ ଶିକ୍ଷକ ବିରୁପାକ୍ଷ ରାଉତଙ୍କ ଘର । ଏକ ବର୍ଷ ପୂର୍ବେ ବିରୁପାକ୍ଷଙ୍କର ମୃତୁ୍ୟ ହୋଇଯାଇଥିବା ବେଳେ ପରିବାରରେ ତାଙ୍କ ପତ୍ନୀ, ପୁଅ ବିଭୁଦତ୍ତ, ପୁତ୍ର ବଧୁ ନମିତାଙ୍କ ସହିତ ଦୁଇ ନାତି ଓ ଗୋଟେ ନାତୁଣୀ ସହ ଛଅଜଣ ଅଛନ୍ତି । ପାରିବାରିକ କଳହକଚୁ ନେଇ ପୂର୍ବରୁ ବିଭୁଦତ୍ତ ନିଜର ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେଇ ପ୍ରାୟ ୧୨ ବର୍ଷ ପୂର୍ବେ ନମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି ।