ପାରାଦ୍ବୀପ ବନ୍ଦରରେ ବର୍ଷେ ହେବ ବନ୍ଦୀ ହୋଇ ପଡିଥିବା ଜାହାଜର ୨୧ ଜଣ କ୍ରିଉ ଆନ୍ଦୋଳନରେ  

ପାରାଦ୍ବୀପ ବନ୍ଦରରେ ବର୍ଷେ ହେବ ବନ୍ଦୀ ହୋଇ ପଡିଥିବା ଜାହାଜର ୨୧ ଜଣ କ୍ରିଉ ଆନ୍ଦୋଳନରେ   

ବନ୍ଦୀ ହୋଇ ପଡିଛି ଜାହାଜ , ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ପାରାଦ୍ବୀପ ବନ୍ଦରରେ ଗତ ଏକ ବର୍ଷ ବନ୍ଦୀ ହୋଇ ପଡିଥିବା MV Debi ଜାହାଜର ୨୧ ଜଣ କ୍ରିଉ ମେମ୍ବର ବୁଧବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ବର୍ଷ ଧରି ପାରାଦୀପ ବନ୍ଦରରେ ଏକରକମ ବନ୍ଦୀ ଜୀବନ କାଟୁଥିବାରୁ ଏହି କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ମଂଗଳବାର ପାରାଦୀପ ପୋର୍ଟ MPB ବର୍ଥରେ ଲାଗିଥିଲା ଜାହାଜ । କ୍ରିଉମାନଙ୍କ ପାଇଁ ପାଣି ଓ ଜାହାଜରେ ଇନ୍ଧନ ଭରିବାକୁ ଆସିଥିଲା । ମାତ୍ର କ୍ରିଉମାନେ ଜାହାଜ ନ ଚଳାଇବାରୁ ଜାହାଜଟି ଆଙ୍କରେଜକୁ ଫେରି ନପାରି MPB ବର୍ଥରେ ଅଟକି ରହିଛି । 2023 ନଭେମ୍ବର ୩୦ରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା। ସେବେଠାରୁ ପାରାଦୀପରେ ଅଟକି ରହିଛି ଜାହାଜ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାହାଜ ଗିରଫ ହୋଇ ପାରାଦୀପ ପୋର୍ଟ ସମୁଦ୍ର ଆଙ୍କରେଜରେ ଅଟକ ଥିଲା। ବର୍ଷେ ହେବ ଭିଏତନାମର ଏହି କ୍ରିଉମାନେ ନିଜ ଘରକୁ ଫେରି ନପାରି ଜାହାଜ ଭିତରେ ବନ୍ଦୀ ଜୀବନ କାଟୁଛନ୍ତି। ନା ଘରକୁ ଫେରି ପାରୁଛନ୍ତି ନା ରୋଜଗାର ପାଇ ପାରୁଛନ୍ତି । ଫଳରେ ପରିବାର ଓ ଦେଶରୁ ଦୁରରେ ରହି ଏକ ପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି ସିପ୍ ର କର୍ମଚାରୀ । ଜାହାଜ ମାଲିକ କେସ୍ ଲଢିବା ପାଇଁ ଆସୁନାହିଁ । ଏପରି ସ୍ଥଳେ ଜାହାଜ ଓ କର୍ମଚାରୀଙ୍କ ଭବିଷ୍ୟତ କଣ କାହାକୁ ଜଣା ନାହିଁ ।