ପାରାଦ୍ୱୀପ ଠାରୁ ଆଉ 130 କିମି ଦୁରରେ ରହିଛି ବୁଲବୁଲ

ପାରାଦ୍ୱୀପ ଠାରୁ ଆଉ 130 କିମି ଦୁରରେ ରହିଛି ବୁଲବୁଲ

ପାରାଦ୍ୱୀପ ଠାରୁ ଆଉ 130 କିମି ଦୁରରେ ରହିଛି ବୁଲବୁଲ
ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ବୁଲବୁଲ । ପାରାଦ୍ୱୀପ ଠାରୁ ଆଉ 130 କିମି ଦୁରରେ ରହିଛି ବୁଲବୁଲ । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଗତ ରାତିଠୁ ବର୍ଷା ଲାଗି ରହିଛି । ବୁଲବୁଲ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ଜାରି ରହିଛି । ସକାଳ ସୁଦ୍ଧା ପାରାଦୀପରେ 146 ମିଲିମିଟର ବର୍ଷା ରେକର୍ଡକରାଯାଇଛି । ଚାନ୍ଦବାଲିରେ 113 ମି.ମି ଏବଂ ବାଲେଶ୍ୱରରେ 23 ମି.ମି ବର୍ଷା ରେକର୍ଡ ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ବୁଲବୁଲକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ବୁଲବୁଲ ଏବେ ପାରାଦୀପଠୁ 130 କିଲୋମିଟର ଦୂରରେ ରହିଛି । ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଦିନ 10 ସୁଦ୍ଧା ଓଡ଼ିଶା ଅତିକ୍ରମ କରିପାରେ ବୁଲବୁଲ ବୋଲି ସେ କହିଛନ୍ତି । ବୁଲବୁଲ ପ୍ରଭାବରେ ଗତରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ହେଉଛି । ସେହିପରି ବାଲେଶ୍ୱରରେ ଝିପିଝିପି ବର୍ଷା ସହ ପବନର ଗତି କ୍ରମଶଃ ବଢୁଛି । ଜଗତସିଂହପୁରରେ ମଧ୍ୟ ପବନ ସହ ଝିପିଝିପି ବର୍ଷା ଜାରି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ସହ ବର୍ଷା ହେଉଛି । ଜଗତସିଂହପୁରରେ 350 ଜଣଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ 311 ଜଣଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଆବଶ୍ୟକ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ମନରେ ଏକ ପ୍ରକାର ଭୟ ମଧ୍ୟ ଭରି ରହିଛି । କାରଣ ନିକଟ ଅତୀତରେ ଫୋନି ଦୁଦ୍ଦର୍ଶା ଲୋକଙ୍କ ମନରୁ ନ ଲିଭୁଣୁ ବୁଲ୍‌ବୁଲର ଝଟକା ଲାଗିଛି ।