ପୁଟିନଙ୍କୁ ନେଇ ସର୍ଭେ କଣ କହୁଛି

ପୁଟିନଙ୍କୁ ନେଇ ସର୍ଭେ କଣ କହୁଛି

ପୁଟିନଙ୍କୁ ନେଇ ସର୍ଭେ କଣ କହୁଛି

ମସ୍କୋ : ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ବିଶ୍ୱର ବହୁ ବଡ଼ ଦେଶ ନିନ୍ଦା କରୁଥିବାବେଳେ ୫ ହଜାରରୁ ଅଧିକ କଟକଣା ଲଗାଇଛନ୍ତି  ।  ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରୁଷରେ କିନ୍ତୁ ପୁଟିନଙ୍କ ଲୋକପ୍ରିୟତା ପୂର୍ବାପେକ୍ଷା ବୃଦ୍ଧି ପାଇଛି  । 

ଏକ ସର୍ଭେ ଅନୁଯାୟୀ ରୁଷର ୬୫% ଲୋକ ନିଜ ଦେଶର ସ୍ୱତନ୍ତ୍ର ସୈନ୍ୟ ଅଭିଯାନକୁ ସଠିକ ବୋଲି ଦର୍ଶାଇଛନ୍ତି  । ସେହିପରି ୭୧ ପ୍ରତିଶତ ଲୋକ ପୁତିନଙ୍କ ଉପରେ ସେମାନଙ୍କ ଭରସା ରହିଛି ବୋଲି କହିଛନ୍ତି  । ଯେତେବେଳେକି ଯୁଦ୍ଧ ପୂର୍ବରୁ ପୁତିନଙ୍କ ଉପରେ ୬୦% ରୁଷବାସୀଙ୍କ ଭରସା ରହିଥିଲା  ।
କେତେକ ରୁଷବାସୀ କହିଛନ୍ତିଯେ, ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ କରୁନାହିଁ  । ବରଂ ଆତ୍ମରକ୍ଷା ପାଇଁ ରୁଷ ଏଭଳି ସେନା ଅଭିଯାନ କରିବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି  ।

ପୁଟିନ ଅତୀତରେ ବି ଯୁଦ୍ଧ ଭଳି ପରିସ୍ଥିତିରେ ଲୋକପ୍ରିୟତା ହାସଲ କରିପାରିଛନ୍ତି  । ୟୁକ୍ରେନ ଠାରୁ କ୍ରିମିଆକୁ ଅଲଗା କରିବା ବେଳେ ବି ପୁଟିନଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା  । ଏବେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ୧୪ ଦିନରେ ପହଁଚିଥିବାବେଳେ ୟୁକ୍ରେନ ନରମ ଆଭିମୁଖ୍ୟ ପୋଷଣ କରିଛି  । ଫଳରେ ଖୁବଶୀଘ୍ର ଯୁଦ୍ଧର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି  ।