ପୁଣି ଥରେ ଲକଡାଉନ ଫେରିଲା, ନାଗପୁର ସହରକୁ ଲକଡାଉନ ଘୋଷଣା

ପୁଣି ଥରେ ଲକଡାଉନ ଫେରିଲା, ନାଗପୁର ସହରକୁ ଲକଡାଉନ ଘୋଷଣା

ପୁଣି ଥରେ ଲକଡାଉନ ଫେରିଲା, ନାଗପୁର ସହରକୁ ଲକଡାଉନ ଘୋଷଣା
ମୁମ୍ବାଇ: ଥମୁନି କରୋନା ଆତଙ୍କ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଫେରିଛି ଲକଡାଉନ । ମହାରାଷ୍ଟ୍ର ନାଗପୁର ସହରରେ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତା ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ବୁଧବାର ୧୭୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ଗୁଡିକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିବ। ପରିବାର , ଫଳ ଓ ଖିର ବୁଥ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ୧୪ ତାରିଖ ଯାଏଁ ସହରରେ ନାଇଟ କର୍ଫୁ୍ୟ ଲାଗୁ ହୋଇଥିଲା । ଅନ୍ୟପଟେ ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୨୨,୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୮୫,୫୬୧କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୨୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୮,୧୮୯ରେ ପହଞ୍ଚିଛି। ସେହିପରି ୧୮,୧୦୦ ଆକ୍ରାନ୍ତ ଦିନକରେ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୯,୩୮, ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୮୯,୨୨୬ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।