ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା !

ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା !

ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା !
ସାଲେପୁର: ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା ନଇଗୁଆଁରେ ଜଣେ ବ୍ୟକ୍ତିଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉତେଜନା, ନଇଗୁଆଁ ଛକରେ ଶବ ରଖି ରାସ୍ତାରୋକ କରାଯାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ସୂଚନା ଅନୁସାରେ, ନିକଟରେ ଗାଁର ଜଣେ ଝିଅକୁ ଜନୈକ ଯୁବକ ଉଠାଇ ନେଇଥିଲେ । ଅପହୃତ ଯୁବତୀ ଓ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଝିଅ ସାଙ୍ଗ ଥିଲେ । ମୃତ ବ୍ୟକ୍ତିଙ୍କ ଝିଅର ଫୋନରୁ ଅପହୃତ ଯୁବତୀ କଥା ହୋଇଥିଲେ । ଝିଅର ସାଙ୍ଗ କଥା ହୋଇଥିବା ମୋବାଇଲ ନମ୍ବର ବାପାଙ୍କ ନାଁରେ ଥିଲା । ପୋଲିସ ଖୋଳତାଡ କରି ନମ୍ବର ଟ୍ୟାପ୍ କରି ବାପା, ଝିଅକୁ ଧରିଥିଲା । ଉଭୟ ବାପ ଏବଂ ଝିଅକୁ ଥାନାକୁ ଡକାଇ ପୋଲିସ ଜେରା କରିଥିଲା । ଥାନାରେ ପୋଲିସ ମାରଧର କରିଥିବା ଅଭିଯୋଗ କଲେ ମୃତକଙ୍କ ପତ୍ନୀ । ପୋଲିସ ନିର୍ଯାତନା ସହି ନପାରି ସେ ତ୍ତଆତ୍ମହତ୍ୟା କରିଥିବା ପତ୍ନୀ କହିଛନ୍ତି ।