ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୦ ପରୀକ୍ଷାଫଳ : ସୌରଭ ସୌମ୍ୟକାନ୍ତ ଦାସ ଓଡ଼ିଶା ଟପ୍ପର

ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୦ ପରୀକ୍ଷାଫଳ : ସୌରଭ ସୌମ୍ୟକାନ୍ତ ଦାସ ଓଡ଼ିଶା ଟପ୍ପର

ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୦ ପରୀକ୍ଷାଫଳ : ସୌରଭ ସୌମ୍ୟକାନ୍ତ ଦାସ ଓଡ଼ିଶା ଟପ୍ପର
ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୦ ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ୩୪ତମ ସ୍ଥାନ ହାସଲ କରିଛନ୍ତି । ଚଳିତ ଜେଇଇ ମେନ୍ ୨୦୨୦ରେ ୨୪ ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ରଖିଛନ୍ତି । ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖି ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ଚାରିଜଣ, ଆନ୍ଧ୍ର ପ୍ରଦେଶରୁ ତିନିଜଣ, ହରିୟାଣାରୁ ଦୁଇଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି। ଚଳିତ ଥର ଜେଇଇ ମେନ୍ ପାଇଁ ୮ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଅର୍ଥାତ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।